Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#52 Weeks Writing Challenge Edition 4

SEE WINNERS

Share with friends

ପରିଚୟ :

ଲେଖା ଯଦିଓ ଏକ ସର୍ଜନ କଳା, ତଥାପି ଏହା ଆମ ମନରେ ଭୟ ସୃଷ୍ଟି କରେ । ଯେତେବେଳେ ଆମକୁ କଳାତ୍ମକ ସଠିକତା, ସିଦ୍ଧ ବ୍ୟାକରଣଗତ ନିୟମ ଏବଂ ସମସ୍ତଙ୍କ ପାଇଁ ଲେଖିବା ବିଷୟରେ ଏକ କୌତୁହଳପୂର୍ଣ୍ଣ ଚିନ୍ତାର ଆବିଷ୍କାର କରିବାର ପ୍ରୟାସ ଆଦିକୁ ସାମ୍ନା କରିବାକୁ ପଡ଼େ । ପ୍ରାୟତଃ ଆପଣ ଲେଖିବା ସମୟରେ ଏକ ଧାରଣାର ସୂକ୍ଷ୍ମଅଣୁ ସହିତ ଆରମ୍ଭ କରନ୍ତି । କିନ୍ତୁ ଯେତେବେଳେ ଆପଣ ଏହାକୁ ଭାଷାର ରୂପ ଦିଅନ୍ତି, ସେତେବେଳେ ଏହା ଆପଣଙ୍କ ସମସ୍ତ ବ୍ୟକ୍ତିସତ୍ତାକୁ ଆନ୍ଦୋଳିତ କରିଦିଏ । ଯାହା ଜଣେ ଲେଖକର ଦାୟିତ୍ୱବୋଧ ଓ ପରଦର୍ଶିତାକୁ ପ୍ରଚାରିତ କରେ ।

ତେବେ ଷ୍ଟୋରୀମିରର୍ ଆପଣଙ୍କୁ ସ୍ୱାଗତ କରୁଛି ୫୨ ସପ୍ତାହ ଲେଖା ଚ୍ୟାଲେଞ୍ଜ - ୨୦୨୦ (ସଂସ୍କରଣ -୪)ର ଚତୁର୍ଥ ଋତୁରେ ଅଂଶହେବା ନିମନ୍ତେ । ଆମ ବିଶ୍ୱାସ ଏହି ପ୍ରତିଯୋଗିତା ଆପଣଙ୍କ ଲିଖନ ଦକ୍ଷତାକୁ ଏକ ସ୍ୱତନ୍ତ୍ର ସ୍ତରକୁ ନେଇଯିବ ଏବଂ ଆପଣଙ୍କ ସୃଜନଶୀଳତାକୁ ଆହୁରି ଦୃଢ଼ କରିବ ।

ତେବେ ଆସନ୍ତୁ, ଆପଣ ହେବାକୁ ଚାହୁଁଥିବା ଲେଖକ ହୁଅନ୍ତୁ !

ନିୟମ:

 ୧. ପ୍ରତିଯୋଗୀମାନଙ୍କୁ ୫୨ ସପ୍ତାହରେ କ୍ରମାଗତ ୫୨ଟି କାହାଣୀ କିମ୍ବା ୫୨ କବିତା ଦାଖଲ କରିବାକୁ ପଡିବ, ଯଥା- ଏକ ପୃଥକ ବର୍ଗ (କାହାଣୀ / କବିତା) ଅଧୀନରେ ସପ୍ତାହରେ ୧ଟି ଲେଖା ଦାଖଲ କରିବାକୁ ପଡିବ ।

୨. ଉଦାହରଣ ସ୍ୱରୂପ : ଯଦି ଆପଣ ଜାନୁଆରୀ ୨୦୨୧ର ତୃତୀୟ ସପ୍ତାହରୁ ଲେଖା ଦାଖଲ କରିବା ଆରମ୍ଭ କରନ୍ତି, ତେବେ ଆପଣ ଜାନୁଆରୀ ୨୦୨୨ର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଲେଖା ଦାଖଲ କରିବାକୁ ହେବ ।

୩. ପ୍ରତିଯୋଗୀମାନେ ବିଭିନ୍ନ ବର୍ଗରେ ପଞ୍ଜିକରଣ କରିପାରିବେ (କାହାଣୀ / କବିତା) । କିନ୍ତୁ, ଦାଖଲ ହୋଇଥିବା ୫୨ଟି ଲେଖା ସେହି ଗୋଟିଏ ବିଭାଗର ( କାହାଣୀ କିମ୍ବା କବିତା ) ହୋଇଥିବା ଉଚିତ୍ । 

୪. ଲେଖକ ଏହି ପ୍ରତିଯୋଗିତା ଅଧୀନରେ ଲେଖା ଦାଖଲ କରିବା ଆରମ୍ଭ କରିବା ପରେ ଲେଖା ଦାଖଲରେ କୌଣସି ବିରତି ହେବା ଉଚିତ୍ ନୁହେଁ । ଯଦି କୌଣସି ବିରତି ନିଅନ୍ତି, ତେବେ ସେମାନେ ଅଯୋଗ୍ୟ ହେବେ ।

୫. ଚ୍ୟାଲେଞ୍ଜକୁ ମିନି-ଲିଖନ-ଏ-ଥନରେ ବିଭକ୍ତ କରାଯାଇଛି |

- 13 ସପ୍ତାହ ଲେଖିବା-ଠାରୁ ଅଧିକ 

- 26 ସପ୍ତାହ ଲେଖିବା-ଠାରୁ ଅଧିକ 

- 39 ସପ୍ତାହ ଲେଖିବା-ଠାରୁ ଅଧିକ 

ଉପରୋକ୍ତ ସ୍ତରର ସୁବିଧା ପାଇଁ ଯୋଗ୍ୟ ହେବା ନିମନ୍ତେ ଆପଣଙ୍କୁ ଯେକୌଣସି ଏକ ସ୍ତର ଯାଏଁ ଲେଖା ଦାଖଲ ଜାରି ରହିଥିବା ଦରକାର ।

୬. ଲେଖା କେତେଜଣ ପଢିଛନ୍ତି, ଲେଖାକୁ କେତେଜଣ ପସନ୍ଦ କରିଛନ୍ତି ଏବଂ ସମ୍ପାଦକ ମଣ୍ଡଳୀଙ୍କ ଦ୍ଵାରା ପ୍ରଦତ୍ତ ନମ୍ବର ଆଧାରରେ ବିଜେତା ଘୋଷଣା କରାଯିବ । ସମସ୍ତ ୫୨ ଲେଖା ପାଇଁ ଚକ୍ରବୃଦ୍ଧି ପରିମାଣ ହିସାବ କରାଯିବ ।

୭. ଷ୍ଟୋରୀ ମିରରର ନିଷ୍ପତ୍ତି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଅଟେ ।

୮. କୌଣସି ଅଂଶଗ୍ରହଣ ଦେୟ ଦେବାକୁ ପଡିବ ନାହିଁ । ପଞ୍ଜିକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ।

ପୁରସ୍କାର

 ୧. ପ୍ରତ୍ୟେକ ଭାଷାରେ ୨ ବିଜେତା ( ୧ କାହାଣୀ + ୧ କବିତା) ଟ୍ରଫି ପାଇବେ ଏବଂ ଷ୍ଟୋରୀମିରର୍ ବ୍ଲଗରେ ପ୍ରଦର୍ଶିତ ହେବେ । 

୨. ୧୩ ସପ୍ତାହ ଶେଷ ହେବା ପରେ , ଅର୍ଥାତ୍ ଲେଖା ଯାତ୍ରାର ୧/୨ : ଇ-ମାନପତ୍ର 

୩. ୨୮ ସପ୍ତାହ ଶେଷରେ ହେବା ପରେ, ଅର୍ଥାତ୍ ଲେଖା ଯାତ୍ରାର ୧/୨ : ଷ୍ଟୋରୀମିରର୍ ରେ ଆପଣ ୧୦୦ ଟଙ୍କା ସପ୍ ଭାଉଚର୍ ପାଇବେ ।

୪. ୩୯ ସପ୍ତାହ ଶେଷ ହେବା ପରେ, ଅର୍ଥାତ୍ ଯାତ୍ରାର ୩/୪ : ଆପଣ ଷ୍ଟୋରୀମିରର୍ ୨୦୦ ଟଙ୍କା ସପ୍ ଭାଉଚର୍ ପାଇବେ ।

୫. ୫୨ ସପ୍ତାହ ଶେଷ ହେବା ପରେ : ଷ୍ଟୋରୀମିରର୍ ଆପଣଙ୍କ ଏକ ଇ-ବୁକ୍ ପ୍ରକାଶନ କରିବ + ମାନପତ୍ର ପ୍ରଦାନ କରାଯିବ ।

ଭାଷା : ଲେଖା ଏକ କିମ୍ବା ଅଧିକ ଭାଷାରେ ଦାଖଲ ହୋଇପାରେ - ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗାଳୀ । ବି.ଦ୍ର : ଯଦି ଆପଣ ଏକାଧିକ ଭାଷା ପାଇଁ ଦାଖଲ କରନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଭାଷାରେ ପୃଥକ ଭାବରେ ୫୨ ଲେଖା ଦାଖଲ କରିବାକୁ ପଡିବ ।

ଯୋଗ୍ୟତା : 

ଦାଖଲ ସମୟ - ଜାନୁୟାରୀ ୦୧, ୨୦୨୧ ରୁ ଏପ୍ରିଲ୍ ୧୫, ୨୦୨୨ । 

ପଞ୍ଜିକରଣ - ଏପ୍ରିଲ୍ ୩୦, ୨୦୨୧ ପର୍ଯ୍ୟନ୍ତ ।

ଫଳାଫଳ - ଜୁନ୍ ୨୦୨୨



Trending content
35 262