Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#କହିବାର ଥିଲା ଯାହା

SEE WINNERS

Share with friends

ଜୀବନ ନଈରେ ସମୟର ସୁଅରେ ମଣିଷ ଭାସିଚାଲେ ଠିକ୍ ଏକ ଶୁଷ୍କ ତୃଣ ପରି । ନିୟତିର ନିର୍ଦ୍ଦେଶରେ ମଣିଷ ନିର୍ବିକାର ଭାବେ ପ୍ରତିଟି ସମୟରେ ହୁଏ ନିର୍ଯ୍ୟାତିତ, କର୍ତ୍ତବ୍ୟର ଦାୟରେ ନିଜକୁ ସାଲିସ କରି ସେ ବଞ୍ଚେ ଗୋଟେ ଅଭିଶପ୍ତ ଜୀବନ । ସେସବୁକୁ ଆଡ଼େଇ ଦେଇ ସେ ଆଗକୁ ବଢିଯାଇ ପାରେନା, ସେସବୁ ତା' ପଥରୋଧ କରନ୍ତି । ଯୁଗ ଯୁଗର ଯନ୍ତ୍ରଣାକୁ କାନ୍ଧରେ କାନ୍ଧେଇ ସେ ସମସ୍ତଙ୍କ ସହ ତାଳ ଦେଇ ଆଗକୁ ଚାଲେ, ତାକୁ ପଛକୁ ଫେରି ଚାହିଁବା ମନା, କାହା ମୁହଁରେ କଥା କହିବା ମନା । ତା' ଅନ୍ତର ହୁଏ ଅନ୍ତଃସତ୍ତା ଅନେକ ଅକୁହା କଥାରେ, ଅନେକ ଅବ୍ୟକ୍ତ ଯନ୍ତ୍ରଣାରେ । ସେ କିଛି କହିବାକୁ ଚାହେଁ କିନ୍ତୁ ସେ କହିପାରେନି ! ସମୟ-ସମାଜ-କର୍ତ୍ତବ୍ୟମାନଙ୍କର ମିଶ୍ରିତ ଜଳଭଉଁରି ତାକୁ ଟାଣି ନିଏ । ସେ ହୁଏ ଅଣନିଃଶ୍ବାସୀ । ତା' କଥା ଅକୁହା ରହିଯାଏ , ଅଶୁଣା ରହିଯାଏ । ତା'ର କହିବାର ଥିଲା ଯାହା ସେ କହିପାରେନି ।

ତେବେ ବ୍ୟସ୍ତ ହୁଅନ୍ତୁ ନି ସେ କଥା ସବୁକୁ ପ୍ରକାଶ୍ୟ କରିବା ପାଇଁ ଏଥର ଆମେ ନେଇ ଆସିଛୁ ଏକ ସୁଯୋଗ, ଯେଉଁଠି ହୃଦୟର ସେହି ଅକୁହା କଥାକୁ କବିତା ଓ ଗଳ୍ପ ରୂପରେ ପରିପ୍ରକାଶ କରାଯାଇ ପାରିବ । ଏବେ କିଛି ଆଉ ଅକୁହା ରହିବନି । ଆମେ ଅଛୁ ଶୁଣିବାକୁ ଆପଣଙ୍କର #କହିବାର ଥିଲା ଯାହା ।

ପ୍ରସ୍ତାବନା :

ପ୍ରତିଟି ମନରେ କିଛି କଥା ଅକୁହା ହୋଇ ରହିଯାଏ । ସେତକ ପ୍ରତିଟି ମଣିଷ ପାଇଁ ଏକାନ୍ତ ନିଜର । ସେସବୁ ସେ ପ୍ରକାଶ କରିବାକୁ ଚାହେଁ ନା, ଅଥବା ଚାହୁଁଥିଲେ ଉପଯୁକ୍ତ ସ୍ଥାନ-କାଳ-ପାତ୍ରର ଅନୁପସ୍ଥିତି ହେତୁ କହିପାରେନି । ତେବେ ସେଇ ସମସ୍ତ ସ୍ରଷ୍ଟା ପୁରୁଷକୁ ଆମେ ଆହ୍ବାନ କରୁଛୁ (ଷ୍ଟୋରିମିରର ଭାବେ ଆପଣ ସମସ୍ତେ ଆମର ଅତି ଆପଣାର, ସେ ନିଜର ପଣର ଦାୟରେ) ନିଜ ନିଜର ସେ ଅକୁହା କଥାକୁ ଆମ ସହ ବାଣ୍ଟିବାକୁ ।

 ତେବେ ଆସନ୍ତୁ ଆମ ଜୀବନର #କହିବାର ଥିଲା ଯାହା ନିଜ କବିତା ଆଉ କାହାଣୀରେ ଶବ୍ଦ କରି ଶୁଣେଇବା କିଛି ଆପଣାର ଲୋକଙ୍କୁ ।

ସର୍ତ୍ତାବଳୀ :

  • କେବଳ କବିତା ଓ କାହାଣୀ ହିଁ ଗ୍ରହଣୀୟ ।
  • ଜୀବନର ଅନୁଭୂତି, ଘଟଣା କିଛି ନିଜସ୍ବ ଅଭିଜ୍ଞତା ସମ୍ବନ୍ଧୀୟ ଯେକୌଣସି ପ୍ରକାର ଲେଖା ଆପଣ ପ୍ରସ୍ତୁତ କରିପାରିବେ ।
  • ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ । ବ୍ଯାକରଣଗତ ତ୍ରୁଟିବିଚ୍ୟୁତି, ଲେଖାରେ ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।
  • ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।
  • ପ୍ରବନ୍ଧ ଗ୍ରହଣୀୟ ନୁହଁ ।

ପୁରସ୍କାର :

  • ଶ୍ରେଷ୍ଠ ୩ କବିତା ଓ କାହାଣୀକୁ INR 200 ଟଙ୍କାର ଷ୍ଟୋରିମିରର୍ ସପ୍ ଭାଉଚର୍ ପ୍ରଦାନ କରାଯିବା ସହ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ଶ୍ରେଷ୍ଠ ୩ ସମେତ ଅନ୍ୟାନ୍ୟ ଶ୍ରେଷ୍ଠ ୧୦ କବିତା ଓ କାହାଣୀକୁ ନେଇ ଏକ ଇ-ପୁସ୍ତକ ପ୍ରକାଶ କରାଯିବା ସହ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଲେଖା ଗ୍ରହଣ ଅବଧି :

ନଭେମ୍ବର ୧୨, ୨୦୨୧ ରୁ ଡିସେମ୍ବର ୧୨, ୨୦୨୧

ଫଳାଫଳ : ଜାନୁଆରୀ ୧୦, ୨୦୨୨

ଭାଷା : ଓଡ଼ିଆ

ବିଭାଗ : କବିତା ଓ କାହାଣୀ

କୃତଜ୍ଞତା : ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢେଇ ଥିବା ଉତ୍କଳ ସାହିତ୍ୟ ପରିଷଦ, କୋଷାଗୁମୁଡା, ନବରଙ୍ଗପୁରର ସମସ୍ତ ସଦସ୍ୟ-ସଦସ୍ୟାଙ୍କ ସମେତ ସମ୍ପାଦକ ସହଦେବ ପରିଡ଼ା, ସହ-ସମ୍ପାଦକ ସନ୍ତୋଷ କୁମାର ସାହୁ, ସଂଯୋଜକ ସାଗର କୁମାର ପରିଡ଼ା, ଶୁଭେନ୍ଦୁ କୁମାର ଦାସ, ପ୍ରଦୀପ୍ତ କୁମାର ବେହେରା, ନଳିନୀ କାନ୍ତ ପାତ୍ରଙ୍କୁ ଆମ ପରିବାର ତରଫରୁ ଅଶେଷ କୃତଜ୍ଞତା ଅର୍ପଣ କରୁଛୁ ।

ଯୋଗାଯୋଗ :

ଇ-ମେଲ : pallabini@storymirror.com

ମୋବାଇଲ ନମ୍ବର : +91 8637256608