Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ହେ ଶୀତ

SEE WINNERS

Share with friends

ପ୍ରସ୍ତାବନା:

ଚାରିଆଡ଼େ କୁହୁଡ଼ି କୁହୁଡି । ଶୀତଳ ପବନର ଗର୍ଜନ, କୋହଲା ପାଗରେ ହେମାଳ କମ୍ପନ,

କୁହୁଡ଼ିର ଛାୟାର ପ୍ରକୋପରୁ ବର୍ତ୍ତେ ନାହିଁ ସୂର୍ଯ୍ୟର ଲାଲ ରଙ୍ଗ । ରାତିର ନିରବତାରେ କାକର ବର୍ଷା ହୁଏ । ଶୀତଳ ଶୀତଦିନ ରାତି, ଅଗ୍ନି ସ୍ପର୍ଶ ପାଇଁ ପାଇଁ ଆତୁର ସର୍ବାଙ୍ଗ ଶରୀର । ନିଆଁ-ଉହ୍ନେଇ ମାନଙ୍କରେ ନିଆଁ ଲଗାଇ ଶୀତକୁ ବେଖାତିର କରି ଗୀତ ଗାଇଲେ କେତେ ଜଣ । ଘୋଡ଼ାଇ ହେବା ଲୁଗା ସବୁ ପ୍ରିୟ ପାଲଟନ୍ତି । କେବେ ଶୀତ ସ୍ମୃତି ଝୁମାଏ, ତ କେବେ ଝୁରାଏ କେବେ ଥରାଏ । ଶୀତ ଅଳସୁଆ ସକାଳରେ ଶୀତୁଆ ପୀରତି, ଶୀତ ସଞ୍ଜର ବେଳର ମଧୁର ଗୀତି। ଶୀତରେ ସୁନେଲୀ ପାଲଟେ ଗହୀର ମହମହ ବାସେ ଧାନ କ୍ଷେତ । 'ହେ ଶୀତ' ତୁମେ ଆସିଲେ ସ୍ମୃତିର ଥଣ୍ଡା ଚା' କପ ତମ ସ୍ପର୍ଶରେ ଗରମ ହୋଇଯାଏ । କାକର ଝରା ଶୀତଳ ଶୀତ ସଞ୍ଜରେ ମନେ ପଡ଼େ ଶୀତର ଅଭୁଲା ସ୍ମୃତି । 

ଷ୍ଟୋରୀମିରର୍ ନେଇ ଆସିଛି “ହେ ଶୀତ” ପ୍ରତିଯୋଗିତା ମାଧ୍ୟମରେ ଗଳ୍ପ, କବିତା, ଲିଖନ ଧାରା। ଏହା ଦ୍ଵାରା ଆପଣ ଆପଣଙ୍କ ଶୀତ ଅନୁଭବ, ଅନୁଭୂତି, ସ୍ମୃତିକୁ ଉଷ୍ମ କରିବ । ଆସନ୍ତୁ କିଛି ଗଳ୍ପ, କବିତା ଲେଖି ନୂଆ-ପୁରୁଣା ଶୀତ ସ୍ମୃତିକୁ ତାଜା କରିବା ।

କିଛି ବିଷୟ...

ଗାଁରେ ଶୀତ ଦିନ

ଶୀତ ସକାଳ

ଶୀତ ସଞ୍ଜ

ଶୀତ ଉତ୍ସବ

ଶୀତ ଲହରୀ

କାକର କାହାଣୀ

ଶୀତ ଓ ଚା' 

ଶୀତବସ୍ତ୍ର

ଗରିବର ଶୀତ

ଶୀତ ଲହରୀ

ଶୀତ ରାତି

ଶୀତ ଗୀତ

ଶୀତ ଓ ସ୍ମୃତି

ଅବତାରଣା:

ଏହି ପ୍ରତିଯୋଗିତା ମାଧ୍ୟମରେ ଶୀତ ସ୍ମୃତିକୁ ଗଳ୍ପ, କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।

ଉପରୋକ୍ତ ବିଷୟ କେବଳ ଏକ ପ୍ରତୀକାତ୍ମକ ଉଦାହରଣ ମାତ୍ର, ଆପଣ ଏହାକୁ ନେଇ ଗଳ୍ପ ଓ କବିତା ଲିଖନ କରିବା ବାଧ୍ୟତାମୂଳକ ନୁହେଁ । ଆପଣ ନିଜ ସ୍ୱଇଚ୍ଛା ମୁତାବକ ଶୀର୍ଷକ ଓ ଭାବନା ଅନୁସାରେ ରଚନା କରିପାରିବେ ।

ଆପଣଙ୍କ ପାଇଁ ନିୟମ:

* ଏହି ପ୍ରତିଯୋଗିତା କେବଳ ଗଳ୍ପ, କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ ଗଳ୍ପ, କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ।

* ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

* ଗଳ୍ପ, କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

* ଗଳ୍ପ, କବିତା ଦୁଇଟି ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ତିନି ଜଣ ଗାଳ୍ପିକ, କବି, ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 150ର ସପ୍ ଭାଉଚର ପ୍ରଦାନ କରାଯିବ।

* ସମସ୍ତଙ୍କୁ ଅଂଶଗ୍ରହଣ ଓ ବିଜେତା ମାନପତ୍ର ପ୍ରଦାନ କରାଯିବ । 

ବିଭାଗ : ଗଳ୍ପ । କବିତା 

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ନଭେମ୍ବର ୧୬ ରୁ ଡିସେମ୍ବର ୩୧ ,୨୦୨୨

ଫଳାଫଳ: ଫେବୃଆରୀ ୨୦୨୩

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ସୃଜନୀ ସାହିତ୍ୟ ସଂସଦ’ ପରିବାରର ପ୍ରତିଷ୍ଠାତା ଓ ପରିଚାଳକ ଦୁର୍ଲ୍ଲଭ କୁମାରଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।