Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଜୀବନ କେବେ କିପରି

SEE WINNERS

Share with friends

'ଜୀବନ କେବେ କିପରି'


ଜୀବନ ପ୍ରତିଦିନ ସୁଖଦୁଃଖକୁ ସକାଳ ସଞ୍ଜରେ ଭୋଗି ଜୀଇଁବାର ଅନ୍ୟନାମ । ଜୀବନର ଗଳ୍ପ ବିବଧବର୍ଣ୍ଣା, ଯନ୍ତ୍ରଣା, ପୀଡ଼ା, କଷ୍ଟ, ହସକାନ୍ଦ, ଲୁହ, ସୁଖଦ, ଦୁଃଖଦ, ବିଷାଦ, ବିପଦରେ ପରିପୂର୍ଣ୍ଣ । ଜୀବନର ଅଧିକାଂଶ ଗଳ୍ପ, ନିଜେ ଦେଖା କିମ୍ବା ଅଙ୍ଗେନିଭା । ତେବେ ସେହି ଜୀବନ ଭୋଗିଥିବା, ଅର୍ଜିଥିବା ମୁହୂର୍ତ୍ତକୁ କଳ୍ପନା କରି ଦିଅନ୍ତୁ ଶବ୍ବର ରୂପ । ନିଜ ଜୀବନର ଗଳ୍ପବହୁଳ ବିଶାଳ ସାଗରମାଳାରେ ଥିବା ଭାବନାକୁ ଏହି ପ୍ରତିଯୋଗିତା ମାଧ୍ୟମରେ ପରିପ୍ରକାଶ କରି ଏହାକୁ ଗଳ୍ପାନୁଗ୍ରହୀ ପାଠକଙ୍କ ମନୋରଞ୍ଜନ କରନ୍ତୁ। ନିଜର, ନିଜ ଆଖପାଖର ଚରିତ୍ରମାନଙ୍କୁ ନିଅନ୍ତୁ , କିମ୍ବା ସେମାନଙ୍କ ନାମ ଦେଇ ରଚନା କରନ୍ତୁ ଗଳ୍ପ । ସେ, ପଡ଼ୋଶୀ ଅପା ହେଉ ଅବା, ଗାଁ ଶେଷ ଘର, ଅବା ହୁଅନ୍ତୁ ନରହରି ମାଷ୍ଚ୍ରେ କି ରୂପା ମାଉସୀର ଦୁଃଖ କାହାଣୀ, ଏମିତି ଅନେକ ବିଷୟବସ୍ତୁକୁ ନେଇ ଜୀବନଦର୍ଶନକୁ ଉତ୍ତାରି ସମାଜଧର୍ମୀ ଗଳ୍ପ, କାହାଣୀ ମାଧ୍ୟମରେ ଏହି 'ଜୀବନ କେବେ କିପରି' ପ୍ରତିଯୋଗିତାକୁ ଶୀର୍ଷସ୍ଥାନୀୟ କରିବାକୁ ଚେଷ୍ଟା କରନ୍ତୁ। 



ସର୍ତ୍ତାବଳୀ

  • ଆପଣଙ୍କୁ ୧୫ ଜୁନ୍ ୨୦୨୩ ରୁ ୧୫ ଜୁଲାଇ ୨୦୨୩ ମଧ୍ୟରେ ଆପଣଙ୍କର କାହାଣୀ ପଠାଇବାକୁ ପଡ଼ିବ 


  • କେବଳ 'ଜୀବନ କେବେ କିପରି' ଥିମ ଅନୁସାରେ ଲେଖିବାକୁ ପଡ଼ିବ।


  • ଆପଣ ଯେକୌଣସି ବଡ଼ କାହାଣୀକୁ ଯଥାସମ୍ଭବ ଶବ୍ଦରେ ଲେଖିପାରିବେ । ଏବଂ ଏହା ଅତିକମରେ ୩୦୦ ଶବ୍ଦରେ ହେବା ଉଚିତ୍ । 


  • ଆପଣଙ୍କର ସୃଷ୍ଟି ମୂଳ ଏବଂ ସ୍ୱତଃ ପ୍ରବୃତ୍ତ ହେବା ଉଚିତ୍ । ଯଦି କୌଣସି ସ୍ଥାନରୁ କପି ମିଳିଲା, ତେବେ ଆପଣଙ୍କୁ ବାରଣ କରାଯିବ, ସେହିପରି କାହାଣୀ ବିଲୋପ ହେବ ।


  • ମନେରଖନ୍ତୁ ଯଦି ଆପଣଙ୍କର କାହାଣୀ ପୂର୍ବରୁ ଷ୍ଟୋରିମିରର୍ ରେ ଅଛି ତେବେ ଆପଣ ଏହାକୁ ରିପୋଷ୍ଟ କରିପାରିବେ ନାହିଁ ।


  • ଯଦି ଆପଣଙ୍କର କାହାଣୀ ଅନ୍ୟତ୍ର ପ୍ରକାଶିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ ଷ୍ଟୋରିମିରରରେ ଦାଖଲ ହୋଇନାହିଁ, ଆପଣ ଏହାକୁ ଏହି ପ୍ରତିଯୋଗିତାରେ ଦାଖଲ କରିପାରିବେ ।


  • ବ୍ୟାକରଣ ଏବଂ ଶବ୍ଦ ଗଠନରେ ତ୍ରୁଟି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ତୁମର ସାହିତ୍ୟିକ ଜୀବନର ଯାତ୍ରା ତଥା ଆପଣଙ୍କ ପାଠକମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ।


  • ଆପଣଙ୍କୁ କେବଳ ପ୍ରତିଯୋଗିତାର ଲିଙ୍କ୍ ପରିଦର୍ଶନ କରି ଆପଣଙ୍କ କାହାଣୀ ପଠାଇବାକୁ ପଡ଼ିବ, କେବଳ ସେତେବେଳେ ଏହା ପ୍ରତିଯୋଗିତାରେ ବୈଧ ହେବ।


  • ଯେକୌଣସି ପ୍ରକାରର PDF ଫାଇଲ୍ ଇତ୍ୟାଦି ଗ୍ରହଣୀୟ ନୁହେଁ । ତୁମର ଲେଖାକୁ କେବଳ ପାଠ୍ୟ ଫର୍ମାଟରେ ପଠାନ୍ତୁ ।


  • ଜଣେ କାହାଣୀକାର ଯେକୌଣସି ସଂଖ୍ୟକ କାହାଣୀ ପଠାଇପାରେ ।


ପୁରସ୍କାର


  • ପ୍ରତିଯୋଗିତାରେ ଦାଖଲ ହୋଇଥିବା କାହାଣୀ ମଧ୍ୟରୁ ଟି ୨୫ କାହାଣୀ ସମ୍ପାଦକୀୟ ସ୍କୋର ଅନୁଯାୟୀ ବିଜେତା ଘୋଷିତ ହେବେ। ଏକ ସ୍ୱତନ୍ତ୍ର ଡିଜିଟାଲ ବିଜେତା ପ୍ରମାଣ ପତ୍ର ସହ କାହାଣୀ ସବୁକୁ ନେଇ ଜୀବନ କେବେ କିପରି ଇ-ବୁକ ପ୍ରକାଶିତ କରାଯିବ ।


  •  ଏହା ବ୍ୟତୀତ ବିଜେତାମାନଙ୍କ ପୋଷ୍ଟର ପ୍ରସ୍ତୁତ ହୋଇ ଷ୍ଟୋରିମିରର ଓଡ଼ିଆ ଫେସବୁକ ଏବଂ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରାଯିବ ।


  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ଦିଆଯିବ ।


ବିଭାଗ : କାହାଣୀ

ଭାଷା : ଓଡ଼ିଆ

ଅବଧି: ୧୫ ଜୁନ୍ ୨୦୨୩ ରୁ ୧୫ ଜୁଲାଇ ୨୦୨୩  

ଫଳାଫଳ - ସେପ୍ଟେମ୍ବର ୨୦୨୩

କୃତଜ୍ଞତା : ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା ସାହିତ୍ୟିକ କବି ବନ୍ଧୁ ପରିବାର ସମ୍ପାଦିକା ପ୍ରଣତି ମହାପାତ୍ର ଓ ବରିଷ୍ଠ କର୍ମକର୍ତ୍ତା ତଥା ସାହିତ୍ୟିକ ବନ୍ଧୁ ଦେବେନ୍ଦ୍ର କୁମାର ନାଏକ, ବିନୋଦିନୀ ଦାଶ, ପ୍ରଫୁଲ୍ଲ କୁମାର ଦାସ, ବିଶ୍ବେଶ୍ବର ମାଝୀ, ତପନ କୁମାର ପଣ୍ଡା, ସ୍ନେହ ମିଶ୍ର , ପ୍ରଶାନ୍ତ କୁମାର ରାଉଳଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ।  

 

ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଗୃଫୋନ୍ ନମ୍ବର : +91 8637256608 / 91106 62845