Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଅମର ରାଷ୍ଟ୍ର

విజేతలను చూడండి

స్నేహితులతో పంచుకోండి

ପ୍ରସ୍ତାବନା:

ବିଶ୍ୱେ ଭାରତ ସର୍ବଶ୍ରେଷ୍ଟ । ଚିର ବନ୍ଦନୀୟ ଏମାଟି, ସର୍ବତ୍ର ପୂଜିତ । ଚାରିଆଡ଼େ ଉଡ଼େ ଯଶ, କୀର୍ତ୍ତିର ବୈଜୟନ୍ତୀ ଧ୍ୱଜା । ଏରାଷ୍ଟ୍ର କଳା ଓ ଭାସ୍କର୍ଯ୍ୟ। କାଶ୍ମୀରରୁ କନ୍ୟାକୁମାରୀ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷର ସଭିଁଏ ମହାଆଡ଼ମ୍ବରରେ ପାଳନ୍ତି ପବିତ୍ର, ପୂଣ୍ୟମୟ, ଗୌରବଶାଳୀ ଦିବସ; ସାଧାରଣତନ୍ତ୍ର ଦିବସ । ସକାଳୁ ସଞ୍ଜ ପଲ୍ଲୀରୁ ଦିଲ୍ଲୀ ହୋଇଯାଏ ଉତ୍ସବ ମୁଖରିତ। ଜାତୀୟ ସଙ୍ଗୀତ ଧ୍ୱନି ଜନ ଗଣ ମନ ଅଧିନାୟକ ଜୟହେ, ଭାରତ ଭାଗ୍ୟ ବିଧାତା…ରେ ପ୍ରକମ୍ପିତ ହୋଇଉଠେ ଗଗନ ପବନ, ଫର ଫର ଉଡ଼େ ଏଦେଶର ପରିଚୟ ତ୍ରିରଙ୍ଗା ପତାକା । ଏକତା, ଅଖଣ୍ଡତା ଓ ବିବିଧତାର ଭରା ସୁନାର ଚଢ଼େଇ ଏ ରାଷ୍ଟ୍ର ଅମର, ଚିର ଅମର, ଚିର ସୁନ୍ଦର, ଏରାଷ୍ଟ୍ର ଆମର।


ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଷ୍ଟୋରିମିରର୍ ନେଇ ଆସିଛି ୭୪ ତମ ସାଧାରଣତନ୍ତ୍ର ଦିବସ ସ୍ମୃତିରେ କବିତା ରଚନା ଧାରା। ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ସମୃଦ୍ଧିଶାଳୀ ଓ ପରିମାର୍ଜିତ କରିପାରିବେ। ଏହି ପ୍ରତିଯୋଗିତା ୨୬ ଦିନ ପର୍ଯ୍ୟନ୍ତ ଚାଲୁରହିବ। ସାଧାରଣତନ୍ତ୍ର ଦିବସ ଉପରେ ନିଜ ଭାବନାକୁ କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।


ଆପଣଙ୍କ ପାଇଁ ନିୟମ:

* ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ କବିତା ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* କବିତାରେ ଶବ୍ଦ ସଂଖ୍ୟା ୫୦ରୁ କମ୍ ହେବା ଉଚିତ ନୁହେଁ ।

* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

* କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ, ଗଳ୍ପ କିମ୍ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

* କବିତା ବିଭାଗରେ ସର୍ବାଧିକ ଦାଖଲ କରିଥିବା ୫ ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR ୧୫୦ର ସପ୍ ଭାଉଚର ପ୍ରଦାନ କରାଯିବ ।

* କବିତା ବିଭାଗରେ ସମ୍ପାଦକଙ୍କ ମୂଲ୍ୟାଙ୍କନ ଆଧାରରେ ୫ ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR ୧୫୦ର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 

ବିଭାଗ : କବିତା 

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ଜାନୁଆରୀ ୫,୨୦୨୩ ରୁ ଜାନୁଆରୀ ୩୧,୨୦୨୩ 

ଫଳାଫଳ: ମାର୍ଚ୍ଚ ୨୦୨୩ 

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ’ ପରିବାରର ସହଯୋଗୀ ହେମନ୍ତ କୁମାର ଜେନା ଓ ଅପର୍ତି ଚରଣ ସେଠୀଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।