Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#କ୍ୟାଲେଣ୍ଡର

SEE WINNERS

Share with friends

ପ୍ରସ୍ତାବନା:

କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରରେ ଥାଏ ତାରିଖ, ତିଥି ବାର ସହ ସମ୍ପର୍କ ଓ ସ୍ମୃତିର ହସ ଲୁହ ଭରା ଗନ୍ଧ। ଗଲା ଦିନର ଭୁଲିଯାଇଥିବା ପ୍ରତିଶ୍ରୁତି , ଆଗାମୀ କାଲିର ଚିନ୍ତା, ପ୍ରତି ମୁହୂର୍ତ୍ତର ଟିକନିକ୍ ଖୁସି, ତେଲଲୁଣ ସଂସାରର ହିସାବନିକାଶ ସବୁ ଗୋଲ ଗୋଲ ହୋଇ ଲେପି ହୋଇଥାନ୍ତି ତା ଦେହରେ । ଅସରନ୍ତି ସଂଧ୍ୟା, ଅଗଣିତ ଘଟଣା, କ୍ଲାନ୍ତ ନିଶ୍ୱାଃସ, ବେଖିଆଲି ବୟସର କଥା, ସବୁ କ୍ୟାଲେଣ୍ଡର ମନେ ପକାଏ । ବିଶ୍ୱାସର ବାର, ଉତ୍ସବର ଉଦୟ, ପର୍ବର ପ୍ରାରମ୍ଭ କହି ଦେଉଥାଏ ନୀରବ ରହି। ଜାନୁଆରୀରୁ ଯୁବକ, ଡିସେମ୍ବରରେ ଆୟୁଷ ହରାଏ । ପୁଣି ଓଲଟା ହୁଏ ଗୋଟିଏ ପରେ ଗୋଟିଏ ପୃଷ୍ଠା। ପୁଣି ଘଟେ ବିଶ୍ରାମହୀନ ଘଟଣା, ଧୀରେ ଧୀରେ ଗଡ଼ି ଚାଲେ ଦିନ, ବାର, ମାସ ଓ ବର୍ଷ । ମନର ମନେ ନଥିଲେ ବି କ୍ୟାଲେଣ୍ଡର ମନେ ପକାଏ ଅସ୍ତିତ୍ୱ । ଅଦ୍ୱିତୀୟ, ଶକ୍ତିଶାଳୀ କ୍ୟାଲେଣ୍ଡରଟିଏ ପ୍ରତିବର୍ଷ ବଦଳେ , ଆଉ ଶିଖାଏ ବଦଳିବାର ନିଃସ୍ୱାର୍ଥପର ସୂତ୍ର ।


ତେବେ ଆସନ୍ତୁ ଆମ ଜୀବନରେ କ୍ୟାଲେଣ୍ଡର କେତେ ଗୁରୁତ୍ୱପୂର୍ଣ୍ଣ ଓ କେଉଁ ଦିନ, ବାର, ମାସ,ବର୍ଷ ଆମ ଜୀବନର ଅଭୁଲା, ଅପାସୋରା ତାକୁ ଗଳ୍ପ ଓ କାହାଣୀ ମାଧ୍ୟମରେ ଉପସ୍ଥାପନା କରିବା ଏହି ପ୍ରତିଯୋଗିତା ମାଧ୍ୟମରେ ।

ଆପଣଙ୍କ ପାଇଁ ନିୟମ:

* ଏହି ପ୍ରତିଯୋଗିତା କେବଳ ଗଳ୍ପ, କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ ଗଳ୍ପ, କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

* ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

* ଗଳ୍ପ, କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

* ଗଳ୍ପ, କବିତା ଦୁଇଟି ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ୩ ଜଣ ଗାଳ୍ପିକ, କବି, ଲେଖକଙ୍କୁ ୧୫୦ ଟଙ୍କାର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମ୍ପାଦକୀୟ ମୂଲ୍ୟାଙ୍କନ ଆଧାରରେ ଶ୍ରେଷ୍ଠ ୫ ଜଣ ଗାଳ୍ପିକ, କବି, ଲେଖକଙ୍କୁ ୧୦୦ଟଙ୍କାର ସପ୍ ଭାଉଚର ପ୍ରଦାନ କରାଯିବ ।

*- ସ୍ୱତନ୍ତ୍ର ମାନପତ୍ର ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 

ବିଭାଗ : ଗଳ୍ପ । କବିତା 

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ଡିସେମ୍ବର ୫ ରୁ ଜାନୁଆରୀ ୩୧, ୨୦୨୩

ଫଳାଫଳ: ମାର୍ଚ୍ଚ ୨୦୨୩

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ତ୍ରିଦେବୀ ଓଡ଼ିଆ ପତ୍ରିକା’ ପରିବାରର ସମ୍ପାଦକ ଆଶିଷ ବେହେରାଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।