Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଫଗୁଣ ରଙ୍ଗ

SEE WINNERS

Share with friends

ଉପକ୍ରମ


ଫୁଲେ ଫୁଲେ ଫଗୁଣର ଆଗମନ। ବାସନ୍ତୀ ପବନରେ ଧରା ମଧୁମୟ। ବକୁଳର ମହମହ ବାସ। ମଳୟର ମହକରେ ମହକିତ, ଶୋଭିତ ମହନୀୟ , ମନଲୋଭା, ମନମତାଣିଆ ନବପଲ୍ଲବିତ ପ୍ରକୃତିକୁ ଦେଖିଦେଲେ ମନମୁଗ୍ଧ ହୋଇଯାଏଁ । ଗ୍ରୀଷ୍ମର ପ୍ରକୋପ ନଥାଏ, ନଥାଏ ଶ୍ରାବଣର ଭୟ, ନଥାଏ ହେମାଳ ପବନକୁ ଖାତିର । କୋଇଲିର କୁହୁ କୁହୁ ତାନ, ସୁଶୀଳତ ପରିବେଶରେ ଘୁରି ବୁଲିଲେ ମନ ନବ ବସନ୍ତ ପାଲଟେ, ଦେହ ସାଜେ ନବବାସନ୍ତୀ । ପଳାସ କୃଷ୍ଣଚୂଡ଼ା, ମଧୁମାଳତୀ ଫୁଲରେ ବନ ଉପବନ ବସନ୍ତ ଋତୁକୁ ସଜାଏ । ଚଉଦିଗ ଉଡ଼େ ଫଗୁଣର ଫଗୁ ରଙ୍ଗ। ତେବେ ଏହି ବାସ ଭରା ଫଗୁଣର ରଙ୍ଗକୁ ନେଇ ଆମ ଏହି ପ୍ରତିଯୋଗିତାର ପରିକଳ୍ପନା।


ଫାଲଗୁନ ପୂର୍ଣ୍ଣିମା ଫଗୁ ଅବିରର ରଙ୍ଗରେ ରଙ୍ଗାୟିତ ହୁଏ । ଦୋଳବିମାନରେ ଶୋଭାପାଆନ୍ତି ମଦନ ମୋହନ । ଫଗୁଣ ମାସରେ ଜୋଛନା ଭରା ରାତି, ଦୋଳବିମାାନରେ ମଦନମୋହନଙ୍କ ଗାଁ ପରିକ୍ରମା, ମେଳନ ପଡ଼ିଆର ମଧୁର ସ୍ମୃତି, ଦୋଳ ଯାତ୍ରାର ଗହଳି, ରଙ୍ଗ ଖେଳ ସବୁ କିଛି ଏକ ଆବେଗ, ଏକ ପ୍ରୀତି ଅନୁଭୂତି। ତେବେ ସେହି ସବୁ ଅନୁଭୂତି, ଅନୁଭବ, ଆବେଗକୁ ନେଇ ଚାଲନ୍ତୁ ଶବ୍ଦରେ ସଜାଇ ମନ ବସନ୍ତରେ ଫଗୁ ବୋଳି, ରଙ୍ଗକୁ ସାଙ୍ଗ କରି, ପ୍ରତି ଶବ୍ଦକୁ ପ୍ରୀତିର ଋତୁ ବସନ୍ତ ପାଇଁ ସମର୍ପି ଦେବା ଏହି #ଫଗୁଣ ରଙ୍ଗ ପ୍ରତିଯୋଗିତା ମାଧ୍ୟମରେ।


ନିୟମ

  • ଲେଖା ପ୍ରଦାନର ସଂଖ୍ୟା ଉପରେ ପ୍ରତିବନ୍ଧକ ନାହିଁ ।
  • ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  • ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା ଦାଖଲ କରିବା ଗ୍ରହଣୀୟ ହେବ ।
  • କାହାଣୀ / କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
  • ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
  • ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
  • ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ଯ୍ୟ ହେବ ନାହିଁ ।

ପୁରସ୍କାର -

  •  ଅଧିକ ସଂଖ୍ୟକ ଲେଖା ଦାଖଲ କରିଥିବା ପ୍ରତି ବିଭାଗର ୩ଜଣ ପ୍ରତିଭାଙ୍କୁ ବିଜୟୀ ଘୋଷଣା କରାଯିବ । ସମସ୍ତଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ RS୧୫୦ର ଷ୍ଟୋରିମିରର ସପ୍ ଭାଉଚର ପ୍ରଦାନ କରାଯିବ।
  • ବିଜୟୀ ଘୋଷଣା କରିବା ସମୟରେ ସମ୍ପାଦକୀୟ ମୂଲ୍ୟାଙ୍କନ ଓ ପାଠକୀୟ ପସନ୍ଦ, ଟିପ୍ପଣୀ, ରେଟିଙ୍ଗ ଆଦିକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରାଯିବ ।
  • ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯିବ ।
  • ଶ୍ରେଷ୍ଠ ଗଳ୍ପ ଓ କବିତାର ୨୦ ବିଜେତାଙ୍କୁ ଏକ ସ୍ୱତନ୍ତ୍ର ଇ-ବୁକ ପ୍ରଦାନ କରାଯିବ।

ବିଭାଗ: କାହାଣୀ ଓ କବିତା

ଭାଷା: ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି: ମାର୍ଚ୍ଚ ୩ ରୁ ଏପ୍ରିଲ ୧୫ , ୨୦୨୩

ଫଳାଫଳ- ଜୁନ ୨୦୨୩

କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା 'ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦର ପ୍ରତିଷ୍ଠାତା ଓ ସଭାପତି: ଡା. ନିତ୍ୟାନନ୍ଦ ଖମାରୀ, ସମ୍ପାଦକ: ଶୁଭେନ୍ଦୁ ମେହେର, କୋଷାଧ୍ୟକ୍ଷ: ପୂର୍ଣ୍ଣଚନ୍ଦ୍ର ମେହେର, କାର୍ଯ୍ୟକାରୀ ସମ୍ପାଦକ: ଭକ୍ତବନ୍ଧୁ ସାହୁ, ଉପସଭାପତି: ମାଧୁରୀ ମିଶ୍ର, ରାଜ୍ୟ ସଂଯୋଜକ: କିଶୋର ଚନ୍ଦ୍ର ସେଠୀଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।