Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ସ୍ୱୟଂଶ୍ରୀ

SEE WINNERS

Share with friends

#ସ୍ୱୟଂଶ୍ରୀ

ଉପକ୍ରମ

'ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ'। ଅର୍ଥାତ ମନୁଙ୍କ ବଚନ ଅନୁସାରେ ଯେଉଁଠାରେ ନାରୀମାନେ ପୂଜା ପାଆନ୍ତି, ସେଠାରେ ଦେବତା ମାନେ ବାସ କରନ୍ତି।

ନାରୀ ପରିବାର, ସମାଜ, ସଂସ୍କୃତି, ସଭ୍ୟତାର ପ୍ରାଣବିନ୍ଦୁ, କେନ୍ଦ୍ରସ୍ଥଳ । ମା, ଭଉଣୀ, ପତ୍ନୀ, ପ୍ରେମିକା ପ୍ରତ୍ୟେକ ଚରିତ୍ରରେ ସେ ମହାନ । ତ୍ୟାଗ, ସ୍ନେହ, ମମତା, କର୍ତ୍ତବ୍ୟବୋଧ, ଆତ୍ମୋତ୍ସର୍ଗ, ନିଷ୍ଠାପର, ଅକୁଣ୍ଠଚିତ୍ତରେ ସେ ସବୁକିଛି ସମ୍ଭବ କରେ । ବେଦ, ପୁରାଣ, ମହାପୁରାଣ, ଉପନିଷଦ, ଧର୍ମ ଗ୍ରନ୍ଥରେ ନାରୀର ମହିମା ଗାନ କରାଯାଇଛି। ନାରୀ ଭୂମିକା ସର୍ବଶ୍ରେଷ୍ଠ, ସର୍ବୋତ୍କୃଷ୍ଟ । ନାରୀକୁ ଛାଡ଼ି ସୃଷ୍ଟିର ସ୍ଥିତି, ସମାଜର ଗତି ଅଚିନ୍ତନୀୟ । ଆଜିର ନାରୀ ସର୍ବ ସମ୍ଭବା, ସର୍ବନିପୁଣା, ସର୍ବସମ୍ପର୍ଣ୍ଣା, ସ୍ୱୟଂସିଦ୍ଧା, ସ୍ୱୟଂପରିପୂର୍ଣ୍ଣା । ତେବେ ଆମ ସମସ୍ତଙ୍କ ଶକ୍ତି, ସାହସ, ସତ୍ତାଙ୍କ ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଉତ୍ସର୍ଗୀକୃତ। ତେବେ ଆସନ୍ତୁ ନିଜ, ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ନାରୀମାନଙ୍କ ପାଇଁ ନିଜ ଲେଖାକୁ ସମର୍ପିଦେବା ଏହି ସ୍ୱୟଂଶ୍ରୀ ପ୍ରତିଯୋଗିତା ମାଧ୍ୟମରେ ।


 ଏ ଦେଶର, ଜାତିର, ଜଗତର ଅମୂଲ୍ୟ ସମ୍ପଦ ନାରୀ । ଆଜିର ନାରୀ ଶିକ୍ଷା, ଶାସନ, ବିଜ୍ଞାନ, ସ୍ୱାସ୍ଥ୍ୟ, ଯୁଦ୍ଧ, କ୍ରୀଡ଼ା, ସମସ୍ତ କ୍ଷେତ୍ରରେ ଅଗ୍ରଣୀ । ନାରୀ ପାଇଁ ଦିନଟିଏ ଭାବେ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ମାତ୍ର ସର୍ବଦିବସ ନାରୀ ଦିବସ। ତେବେ ଆସନ୍ତୁ ନିଜ ସୃଜନଶୀଳତାକୁ ନାରୀର ବନ୍ଦନା, ଗୁଣକୀର୍ତ୍ତନରେ ଉତ୍ସର୍ଗୀକୃତ କରିଦେବା ।


କିଛି ବିଷୟ

ଯେକୌଣସି କ୍ଷେତ୍ରରେ ବର୍ତ୍ତମାନ ସମୟରେ ପ୍ରତିଷ୍ଠିତ ମହିଳାଙ୍କ ପ୍ରେରଣାଦାୟୀ, ସଫଳତା ଓ ବିଫଳତା କାହାଣୀ/କବିତା

ନିଜର ଜନନୀ, ଜାୟା, ଭଗିନୀ, କନ୍ୟା, ପ୍ରେମିକା, ବିଷୟରେ କାହାଣୀ/କବିତା

ମହିୟସୀ ମହିଳାଙ୍କ ଅଜଣା କାହାଣୀ

ସମାଜସେବୀ ମହିଳାଙ୍କ କାହାଣୀ

ଯୁବ ଉଦ୍ୟୋଗୀ ମହିଳାଙ୍କ କଥା

ବିପ୍ଲବୀ ନାରୀ ନେତ୍ରୀ

କନ୍ୟାଭ୍ରୁଣ ହତ୍ୟାର କଳାକାହାଣୀ

ମହିଳାଙ୍କୁ ନେଇ ପୌରାଣିକ କଥା ଓ କବିତା

ନାରୀ ଓ ପୁରୁଷ

ନାରୀ ଓ ସମାଜ


ନିୟମ

ଉପର ପ୍ରଦତ୍ତ ଥିମ୍ କୁ ନେଇ ଆପଣ କିମ୍ବା ସ୍ୱଇଚ୍ଛା ମୁତାବକ ଥିମକୁ ନେଇ ନିଜର ଲେଖା ଦାଖଲ କରିପାରିବେ ।

ଲେଖା ପ୍ରଦାନର ସଂଖ୍ୟା ଉପରେ ପ୍ରତିବନ୍ଧକ ନାହିଁ ।

ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା ଦାଖଲ କରିବା ଗ୍ରହଣୀୟ ହେବ ।

କାହାଣୀ / କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।

ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।

ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।

ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।


ପୁରସ୍କାର -

 ଅଧିକ ସଂଖ୍ୟକ ଲେଖା ଦାଖଲ କରିଥିବା ପ୍ରତି ବିଭାଗର ୩ଜଣ ପ୍ରତିଭାଙ୍କୁ ବିଜୟୀ ଘୋଷଣା କରାଯିବ । ସମସ୍ତଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ RS୧୫୦ର ଷ୍ଟୋରୀ ମିରର ସପ ଭାଉଚର ପ୍ରଦାନ କରାଯିବ।

ଉଭୟ ବିଭାଗର ୬ ଜଣଙ୍କୁ ସମ୍ପାଦକୀୟ ପସନ୍ଦ ଅନୁଯାୟୀ RS୧୦୦ ସପ୍ ଭାଉଚର ପ୍ରଦାନ କରାଯିବ। 

ବିଜୟୀ ଘୋଷଣା କରିବା ସମୟରେ ସମ୍ପାଦକୀୟ ମୂଲ୍ୟାଙ୍କନ ଓ ପାଠକୀୟ ପସନ୍ଦ, ଟିପ୍ପଣୀ, ରେଟିଙ୍ଗ ଆଦିକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରାଯିବ ।

ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯିବ ।


ବିଭାଗ: କାହାଣୀ ଓ କବିତା

ଭାଷା: ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି: ଫେବୃଆରୀ ୨୧ ରୁ ମାର୍ଚ୍ଚ ୩୧, ୨୦୨୩

ଫଳାଫଳ-ମେ ୨୦୨୩


କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା 'ମା'ତାରିଣୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ପରିଚାଳକ ସୁକାନ୍ତ ଖଣ୍ଡାଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com


ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।