Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଶିଶୁ ରାଇଜ

SEE WINNERS

Share with friends

ପ୍ରସ୍ତାବନା :

ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ଶିଶୁଟିଏ ଠିକ୍ କୁମ୍ଭାରସାଳର ଓଦା ମାଟି ପରି । ଆମେ ତାକୁ ଯେପରି ଗଢିବା ତାହାର ଭବିଷ୍ୟତ ସେତିକି ଉଜ୍ଜ୍ୱଳମୟ ହେବ, ତା'ର ଆକୃତି ମଧ୍ୟ ଠିକ୍ ସେହିପରି ହେବ । ତେଣୁ ଶିଶୁର ଉନ୍ନତି ପାଇଁ ଏମିତି ଏକ ସୁନ୍ଦର ପରିବେଶର ଆବଶ୍ୟକତା ରହିଛି; ଯେଉଁଠି ଶିଶୁ ନିଜକୁ ଗଢ଼ି ପାରିବ, କିଛି ଶିଖି ପାରିବ । 

ସେହି ଉଦ୍ଦେଶ୍ୟରେ ଷ୍ଟୋରିମିରର୍ ଆୟୋଜନ କରୁଛି ଶିଶୁ ରାଇଜ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ କେବଳ ଶିଶୁ କବିତା, ଶିଶୁ ଗଳ୍ପ ଆଦି ଗ୍ରହଣୀୟ ।

ତେବେ ଆଉ ଅପେକ୍ଷା କାହିଁକି ? ଆପଣ ନିଜର ସର୍ଜନ କଳା ମାଧ୍ୟମରେ ନିଜର ସୃଷ୍ଟିକୁ ଶିଶୁ କବିତା ଓ କାହାଣୀ ମାଧ୍ୟମରେ ପ୍ରତିଫଳିତ କରନ୍ତୁ। 

ଅବତାରଣା :

ଏହି ପ୍ରତିଯୋଗିତା ଦୀର୍ଘ ୫୨ ଦିନ ପର୍ଯ୍ୟନ୍ତ ଚାଲୁରହିବ । ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ଆପଣ ସ୍ୱରଚିତ ଶିଶୁ କାହାଣୀ ଓ କବିତା ଦାଖଲ କରିପାରିବେ ।

ଆପଣଙ୍କ ପାଇଁ ନିୟମ :

ଏହି ପ୍ରତିଯୋଗିତା କେବଳ ଶିଶୁ ଗଳ୍ପ ଓ କବିତା ନିମନ୍ତେ ।

ଦୈନିକ ଭାବେ ଆପଣ କାହାଣୀ ଓ କବିତା ଯେକୌଣସି ବିଭାଗରେ ରଚନା କରିପାରିବେ ।

ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।

ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟେଗ୍ ରେ ଯୋଡନ୍ତୁ ।

ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ ।ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

ଲେଖା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବାର ଆବଶ୍ୟକତା ନାହିଁ ।

ପୂର୍ବରୁ ମଞ୍ଚରେ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।

ବୟସ ସୀମା - କୌଣସି ବୟସ ସୀମା ନାହିଁ

ପୁରସ୍କାର :

ଉଭୟ କାହାଣୀ ଓ କବିତା ବିଭାଗରେ ଶ୍ରେଷ୍ଠ ୫ ରଚନା ଓ ଏହାର ସ୍ରଷ୍ଟାଙ୍କୁ INR 150ର ଷ୍ଟୋରିମିରର୍ ସପ୍ ଭାଉଚର ଓ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ । 

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ । 

ବିଭାଗ: କାହାଣୀ ଓ କବିତା

ଭାଷା: ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ଜାନୁଆରୀ ୭ ରୁ ଫେବୃଆରୀ ୨୮, ୨୦୨୩ 

ଫଳାଫଳ: ଏପ୍ରିଲ ୨୦୨୩ 

କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା 'ତସନିମ୍ କାହାଣୀମାଳା'ର କୁନି ଲେଖିକା ତସନିମ୍ ସୁଲତାନାଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।