Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

#ଯାତ୍ରା ଏଇ ହୃଦୟର

SEE WINNERS

Share with friends

ସାହିତ୍ୟକୁ ଲୋକାଭିମୁଖୀ କରିବାର ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଅନନ୍ୟ ସାହିତ୍ୟ ଯାତ୍ରା ସର୍ଜନଯାତ୍ରାର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଶେଷ ହୋଇସାରିଛି । ବର୍ତ୍ତମାନ ଏହାକୁ ଆହୁରି ବ୍ୟାପକ କରିବା ସହ ପ୍ରତି ଜିଲ୍ଲାର କବି ଓ ସାହିତ୍ୟିକମାନଙ୍କୁ ସାହିତ୍ୟର ଏହି କୁମ୍ଭମେଳାରେ ଅବଗାହନ କରେଇବାର ବେଳ । ସେହି ଦୃଷ୍ଟିରୁ ଆମେ ଆରମ୍ଭ କରୁଛୁ ଷ୍ଟୋରିମିରର୍ ସର୍ଜନଯାତ୍ରାର ଅନ୍ୟ ଏକ ନୂତନ ସଂସ୍କରଣ । ଯାହା ପର୍ଯ୍ୟାୟ କ୍ରମେ ତିରିଶ ଜିଲ୍ଲାକୁ ନେଇ ଆୟୋଜିତ ହେବ । ଏହା ସହ ବିଭିନ୍ନ ଜିଲ୍ଲାର ଲେଖକମାନଙ୍କୁ ଷ୍ଟୋରିମିରର୍ ସର୍ଜନଯାତ୍ରାର ଏହି ଅଭିନବ ଯାତ୍ରାରେ ଯୋଡିବା ପାଇଁ ଆମେ #ଯାତ୍ରା ଏଇ ହୃଦୟରୁ ନାମକ ଅଭିନବ ଲିଖନ ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛୁ ।

ତେବେ ଆସନ୍ତୁ ସମସ୍ତେ ଏହି ସାହିତ୍ୟର ମହାଯାତ୍ରାରେ ଯୋଡିହେବା ସହ ନିଜ ଅଞ୍ଚଳର ପ୍ରତିଭାମାନଙ୍କୁ ଏ ଯାତ୍ରା ସହ ସାମିଲ କରିବା । ସାହିତ୍ୟର ଉନ୍ନତି ଓ ପ୍ରଚାର ପ୍ରସାରରେ ଜଣେ ଜଣେ ସେନାନୀ ସାଜିବା ।

ପ୍ରସ୍ତାବନା :

ସାହିତ୍ୟ ସର୍ଜନ ଏକ ଦୁର୍ଲଭ କଳା । ସାହିତ୍ୟ ଓ ସାହିତ୍ୟର ପ୍ରଚାର ପ୍ରସାର ଏକ ଉତ୍ତମ ସମାଜ ଗଠନର ମୂଳାଧାର । ତେଣୁ ଷ୍ଟୋରିମିରର୍ ସଦାସର୍ବଦା ସାହିତ୍ୟ ଓ ସାହିତ୍ୟିକଙ୍କ ପ୍ରଚାର ପ୍ରସାର ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି । ଏହି ପ୍ରତିଯୋଗିତା ମଧ୍ୟ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଅଦ୍ୟାବଧି ଲୋକଲୋଚନକୁ ଆସିପାରି ନଥିବା ସର୍ଜନଶୀଳ ପ୍ରତିଭାମାନଙ୍କୁ ସାହିତ୍ୟର ମୁଖ୍ୟସ୍ରୋତରେ ସାମିଲ କରି ସାହିତ୍ୟର ଏହି ନନ୍ଦିଘୋଷକୁ ଦିଗନ୍ତ ପର୍ଯ୍ୟନ୍ତ ଟାଣି ନେଇ ଏକ ଅଭିନବ ସର୍ଜନଶୀଳ ପୃଥିବାର ପରିକଳ୍ପନା କରିବା ।

ତେଣୁ ସମସ୍ତ ସାହିତ୍ୟ ସ୍ରଷ୍ଟା ମାନଙ୍କୁ ଅନୁରୋଧ ନିଜ ଅଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ସାହିତ୍ୟର ମୁଖ୍ୟ ଧାରାରେ ଯୋଡ଼ିବାର ଏହି ମହତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ସହ ଆମକୁ ସହାଯ୍ୟର ହାତ ବଢାନ୍ତୁ ।

ସର୍ତ୍ତାବଳୀ :

  • କେବଳ କବିତା, କାହାଣୀ ଓ ଉଦ୍ଧୃତି ହିଁ ଗ୍ରହଣୀୟ ।
  • ପ୍ରଦତ୍ତ ପ୍ରତିଯୋଗିତା ଫର୍ମରେ ନିଜ ଜିଲ୍ଲାର ନାମ ଓ ନିଜ ଯୋଗାଯୋଗ ନମ୍ବର ନିଶ୍ଚୟ ପ୍ରଦାନ କରନ୍ତୁ ।
  • ବିଷୟ ମୁକ୍ତ । ଆପଣ ଯେକୌଣସି ପ୍ରକାର ଲେଖା ଦାଖଲ କରିପାରିବେ ।
  • ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ । ବ୍ଯାକରଣଗତ ତ୍ରୁଟିବିଚ୍ୟୁତି, ଲେଖାରେ ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।
  • ଅଂଶଗ୍ରହଣ ପୂର୍ବରୁ ନିଜ ପ୍ରୋଫାଇଲ ଫଟୋ, ଯୋଗାଯୋଗ ଆଦି ତଥ୍ୟ ନିଶ୍ଚୟ ଉପଲବ୍ଧ କରନ୍ତୁ । 
  • ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।
  • ପ୍ରବନ୍ଧ ଗ୍ରହଣୀୟ ନୁହଁ ।

ପୁରସ୍କାର :

  • ଜିଲ୍ଲାଭିତ୍ତିରେ ପୁରସ୍କାର ଘୋଷଣା କରାଯିବ ।
  • ଜିଲ୍ଲା ଭିତ୍ତିରେ ସର୍ବାଧିକ ସମ୍ପାଦକୀୟ ମୂଲ୍ୟାଙ୍କନ ପାଇଥିବା ଶ୍ରେଷ୍ଠ ଲେଖାକୁ ଜିଲ୍ଲାର ସର୍ବଶ୍ରେଷ୍ଠ ଲେଖକ ଭାବେ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ଜିଲ୍ଲାର ସର୍ବାଧିକ ଲେଖା ଦାଖଲ କରିଥିବା ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ଯଦି ଆମେ ଗୋଟିଏ ଜିଲ୍ଲାର ଲେଖକମାନଙ୍କଠାରୁ ୧୦୦ରୁ ଅଧିକ ଲେଖା ପ୍ରାପ୍ତ କରିବୁ, ସେହି ଜିଲ୍ଲା ପାଇଁ ଏକ ସ୍ଵତନ୍ତ୍ର ଇ-ପୁସ୍ତକ ପ୍ରସ୍ତୁତ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଲେଖା ଗ୍ରହଣ ଅବଧି :

ନଭେମ୍ବର ୨୧ , ୨୦୨୧ ରୁ ଜାନୁଆରୀ ୧୦, ୨୦୨୨  

ଫଳାଫଳ : ଜାନୁଆରୀ ୩୧, ୨୦୨୨

ଭାଷା : ଓଡ଼ିଆ

ବିଭାଗ : କବିତା, କାହାଣୀ ଓ ଉଦ୍ଧୃତି

କୃତଜ୍ଞତା : ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢେଇ ଥିବା ଷ୍ଟୋରିମିରର୍ ସର୍ଜନଯାତ୍ରାର ସମସ୍ତ ଜିଲ୍ଲା ପ୍ରତିନିଧିମାନଙ୍କୁ ଆମ ତରଫରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ।

ଯୋଗାଯୋଗ :

ଇ-ମେଲ : pallabini@storymirror.com

ମୋବାଇଲ ନମ୍ବର : +91 8637256608, +91 91106 62845