Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ବାକି ଯେତେ ପ୍ରେମ କଥା

SEE WINNERS

Share with friends

ଉପକ୍ରମ

ଯେତେ ସବୁ ପ୍ରେମ କଥା.. ସବୁଥିରେ ଥାଏ ମଧୁର ଯନ୍ତ୍ରଣା, ଅସୀମିତ ପ୍ରତୀକ୍ଷା, ସ୍ମୃତିର ଶୂନ୍ୟତା । ତଥାପି ପ୍ରେମ ରେ ସବୁ କିଛି ସରିଲା ପରେ ବି ରହିଯାଏ କିଛି ବାକି । ପ୍ରେମ କେବେ ପ୍ରେମିକାର ଲୁହ ପୋଛି, କେବେ ମନକୁ ବୁଝାଇ , ପ୍ରେମ କେବେ ନିଃସଙ୍ଗ ଏକାକୀ ବେଳାରେ ଉପଭୋଗ କରିବାକୁ ହୁଏ । ପ୍ରେମ, ପ୍ରେମିକ, ପ୍ରିୟତମା ସବୁ ଗୋଟେ ଗୋଟେ ପରିଚୟ ନୁହେଁ ଏକ ଜୀବନ୍ତ କୂଳର ଭଙ୍ଗା ଗଢ଼ା ସମ୍ପର୍କର ସମୁଦ୍ର। ତେବେ ପ୍ରେମରେ ପଡ଼ିବା କେବଳ ସୁଖର ସୁଖଦ ଅନୁଭୂତି ହୋଇନପାରେ!! ଏକ ମହାଶୂନ୍ୟର ଝିଲିମଲ ଶୂନ୍ୟତା କେବେ ଜନହୀନ ମନ ମରୁଭୂମିର ଜୀବନ ସନ୍ଧାନର ଅନନ୍ୟତା, ଘନିଷ୍ଠରୁ ଅନିଷ୍ଟତା ଆଡ଼କୁ ଯାତ୍ରା, ଭୋଗକୁ ବୈରାଗ୍ୟ ଆଡ଼କୁ, ଅପ୍ରେମରୁ ସପ୍ରେମ ଆଡ଼ର ତୀର୍ଥ ଯାତ୍ରା । ବାକି ଯେତେ ପ୍ରେମ କଥା...ସେତେ ସବୁ ନୀରବତା, ଲୋଡ଼ା ଅଲୋଡ଼ା, ମନଛୁଆଁ ପ୍ରେମବାର୍ତ୍ତା ହୋଇଥାଏ ।


ଫେବୃଆରୀ ମାସ ପ୍ରେମର । ସେଇ ଦୃଷ୍ଟିରୁ ଆମେ ଏହି ଅଭିନବ ପ୍ରତିଯୋଗିତାର । ଯେଉଁଠି ଆପଣ ମାନେ ପ୍ରେମର ଯେତେ ସବୁ ବାକି ରହିଥିବା କଥାକୁ ନିଜର ଗଳ୍ପ, କବିତା ଆଙ୍କି ପାରିବେ । ନିଜର ଯେତେ ସବୁ ପ୍ରେମ ପୂର୍ବର, ପରର , ନିଜ ପ୍ରେମର ସାର୍ଥକତା, ସଫଳତା, ବିଫଳତାକୁ ପରିପ୍ରକାଶ କରି ପ୍ରେମିକ/ ପ୍ରେମିକା ଟିଏ ପାଲଟନ୍ତୁ।


ତେବେ ଆସନ୍ତୁ ଅଂଶଗ୍ରହଣ କରିବା ଏବଂ ପୁଣିଥରେ ନିଜକୁ ପ୍ରେମ ମନସ୍କ କରିବା ।


ନିୟମ

୧ ) ଏହି ମାସବ୍ୟାପି ପ୍ରତିଯୋଗିତାରେ ସମୁଦାୟ ୪ଟି ପର୍ଯ୍ୟାୟ ରହିଛି ।


ପ୍ରଥମ ସପ୍ତାହ ( ୦୧ ରୁ ୦୭ ପର୍ଯ୍ୟନ୍ତ ) - ପ୍ରେମ ଓ ପ୍ରତୀକ୍ଷା


ଦ୍ଵିତୀୟ ସପ୍ତାହ ( ୦୮ ରୁ ୧୪ ପର୍ଯ୍ୟନ୍ତ ) - ପ୍ରେମ ଓ ପ୍ରେମିକା/ପ୍ରେମିକ


ତୃତୀୟ ସପ୍ତାହ (୧୫ ରୁ ୨୧ ପର୍ଯ୍ୟନ୍ତ ) - ପ୍ରେମ ଓ ପ୍ରତାରଣା


ଚତୁର୍ଥ ସପ୍ତାହ ( ୨୨ ରୁ ୨୮ ପର୍ଯ୍ୟନ୍ତ ) - ପ୍ରେମ ଓ ବିଚ୍ଛେଦ


୨ ) ଉପର ପ୍ରଦତ୍ତ ଚାରୋଟି ଥିମ୍ କୁ ନେଇ ଆପଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ଲେଖା ଦାଖଲ କରିପାରିବେ ।


୩ ) ଲେଖାଟି ଥିମ୍ ଉପରେ ପର୍ଯ୍ୟବେସିତ ହେବା ନିତାନ୍ତ ଆବଶ୍ୟକ ।


୪ ) ପ୍ରତି ଥିମ୍ ନିମନ୍ତେ ଲେଖା ପ୍ରଦାନର ସଂଖ୍ୟା ଉପରେ ପ୍ରତିବନ୍ଧକ ନାହିଁ ।


୫ ) ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।


୬ ) ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା ଦାଖଲ କରିବା ଗ୍ରହଣୀୟ ହେବ ।


୭ ) କାହାଣୀ / କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।


୮ ) https://storymirror.com ରେ ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।


୯ ) ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।


୧୦ ) ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର ହେବ ନାହିଁ ।

ପୁରସ୍କାର -

 ୧ ) ଥିମକୁ ନେଇ ଅଧିକ ସଂଖ୍ୟକ ଲେଖା ଦାଖଲ କରିଥିବା ସହ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ଦୃଷ୍ଟିରେ ରଖି ପ୍ରତି ବିଭାଗରେ ୫ ଜଣ ପ୍ରତିଭାଙ୍କୁ ବିଜୟୀ ଘୋଷଣା କରାଯିବ ।

୨ ) ବିଜୟୀ ଘୋଷଣା କରିବା ସମୟରେ ସମ୍ପାଦକୀୟ ମୂଲ୍ୟାଙ୍କନ ଓ ପାଠକୀୟ ପସନ୍ଦ, ଟିପ୍ପଣୀ, ରେଟିଙ୍ଗ ଆଦିକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରାଯିବ ।

୩ ) ବିଜୟୀଙ୍କୁ ମାନପତ୍ର ସହ INR 100 /- ର ଷ୍ଟୋରିମିରର୍ ସପ୍ ଭାଉଚର ପ୍ରଦାନ କରାଯିବ ।

୪ ) ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯିବ ।

ବିଭାଗ: କାହାଣୀ ଓ କବିତା

ଭାଷା: ଓଡ଼ିଆ

ପ୍ରତିଯୋଗିତା ଅବଧି: ଫେବୃଆରୀ ୦୧, ୨୦୨୩ରୁ ଫେବୃଆରୀ ୨୮, ୨୦୨୩

ଫଳାଫଳ-ଏପ୍ରିଲ ୨୦୨୩

କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା 'ସ୍ୱାତୀଲଗ୍ନା' ସାହିତ୍ୟ ସଂସଦର ସମ୍ପାଦକ ଓ ପରିଚାଳକ ସୁଶାନ୍ତ କୁମାର ପାତ୍ରଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।