Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ପ୍ରଶ୍ନ

SEE WINNERS

Share with friends

ପ୍ରଶ୍ନ କେବେ, ଭିତରେ କେବେ ବାହାର କେବେ ଅନ୍ତରାଳରେ କେବେ ଅନ୍ତରଆତ୍ମାକୁ ପଚାରେ, ଉତ୍ତର ଖୋଜିବାର ଅଦମ୍ୟ ଆଶାରେ । ରୂପ, ରଙ୍ଗ, ଗନ୍ଧହୀନ, ମାତ୍ର ଚମକିତ ,ସୁଗନ୍ଧିତ, ବହୁରଙ୍ଗୀ ପ୍ରଶ୍ନଗୁଡ଼ିକ ବେଳେ ବେଳେ ଚକିତ କରେ, ଚମକାଇଦିଏ, ବହୁରଙ୍ଗ ଦେଖାଏ । ସମ୍ପର୍କର ଆରମ୍ଭରେ ପ୍ରଶ୍ନ, ସମ୍ପର୍କର ଅନ୍ତରେ ପ୍ରଶ୍ନ ଏପ୍ରଶ୍ନଗୁଡ଼ିକ ଅନନ୍ତ ମାତ୍ର ଏକାନ୍ତ । ଯେତେବେଳେ ଆମେ ଯିବା, ସେମାନଙ୍କର ଉତ୍ତର ପାଇବାକୁ ପୁଣି ଏକ ନୂତନ ପ୍ରଶ୍ନର ଉତ୍ପତ୍ତି ହୁଏ । ପ୍ରଶ୍ନ ପଚାରିବା ଏକ କଳା, ନିଖୁଣ ଦିଗଦର୍ଶନ, ନୂତନ ଦିଗନ୍ତ, ନୂତନ ଜ୍ଞାନର ସନ୍ଧାନ ଏହି ପ୍ରଶ୍ନ ପଚାରିବାରୁ ଆରମ୍ଭ ହୁଏ । ଏ ଜୀବନଟା ମଧ୍ୟ ଏକ ଅନେକ ପ୍ରଶ୍ନରଗୁଚ୍ଛ । ଆମ ଚାରିପାଖରେ ଦୁନିଆ ପ୍ରଶ୍ନମୟ । ଜ୍ଞାନ, ଦର୍ଶନ, ଆନନ୍ଦ, ଦୁଃଖ, ସୁଖର ପ୍ରତିଫଳନ ଏହି ପ୍ରଶ୍ନ। ପ୍ରଶ୍ନିଳ ପରିଧି ଭିତରେ ବଞ୍ଚିବା ସହ ଏହାର ଉତ୍ତର ଅହରହ ସନ୍ଧାନ କରିବା ତ ଜୀବନ । ତେବେ ଆସନ୍ତୁ ଏହି 'ପ୍ରଶ୍ନ' ପ୍ରତିଯୋଗିତା ମାଧ୍ୟମରେ ଆମ ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ନେଇ ନିଜକୁ ପ୍ରଶ୍ନ ପଚାରିବା ଓ ପ୍ରଶ୍ନର ଉତ୍ତର ଖୋଜିବା ।


କିଛି ବିଷୟ


ଉତ୍ତର ପାଇନଥିବା ପ୍ରଶ୍ନ

ପ୍ରଶ୍ନ ଓ ପ୍ରେମ

ଅଡ଼ୁଆ ପ୍ରଶ୍ନ

ପ୍ରଶ୍ନ ନଥିବା ସମ୍ପର୍କ

ତମ ପ୍ରଶ୍ନରେ ନିରୁତ୍ତର

ପିଲାଙ୍କ ପ୍ରଶ୍ନ

କେବେ ପଚାରିନଥିବା ପ୍ରଶ୍ନ

ନିଜକୁ ପ୍ରଶ୍ନ

ସମ୍ପର୍କର ଶେଷ ପ୍ରଶ୍ନ

ସ୍ମୃତି ଓ ପ୍ରଶ୍ନ

ଶେଷ ପ୍ରଶ୍ନ


ସର୍ତ୍ତାବଳୀ


  • ଗଆପଣଙ୍କୁ ୫ ଜୁଲାଇ ୨୦୨୩ ରୁ ୧୫ ଅଗଷ୍ଟ ୨୦୨୩ ମଧ୍ୟରେ ଆପଣଙ୍କର କାହାଣୀ ପଠାଇବାକୁ ପଡ଼ିବ 
  • କେବଳ ''ପ୍ରଶ୍ନ'' ଥିମ ଅନୁସାରେ ଲେଖିବାକୁ ପଡ଼ିବ।
  • ଆପଣ ଯେକୌଣସି କବିକା ଓ କାହାଣୀକୁ ଯଥାସମ୍ଭବ ଶବ୍ଦରେ ଲେଖିପାରିବେ । ଏବଂ କବିତା ୧୫୦ ଓ ଗଳ୍ପ ଅତିକମରେ ୩୦୦ ଶବ୍ଦରେ ହେବା ଉଚିତ୍ । 
  • ଆପଣଙ୍କର ସୃଷ୍ଟି ମୂଳ ଏବଂ ସ୍ୱତଃ ପ୍ରବୃତ୍ତ ହେବା ଉଚିତ୍ । ଯଦି କୌଣସି ସ୍ଥାନରୁ କପି ମିଳିଲା, ତେବେ ଆପଣଙ୍କୁ ବାରଣ କରାଯିବ, ସେହିପରି କାହାଣୀ ବିଲୋପ ହେବ ।
  • ମନେରଖନ୍ତୁ ଯଦି ଆପଣଙ୍କର କବିତା, କାହାଣୀ ପୂର୍ବରୁ ଷ୍ଟୋରିମିରର୍ ରେ ଅଛି ତେବେ ଆପଣ ଏହାକୁ ରିପୋଷ୍ଟ କରିପାରିବେ ନାହିଁ ।
  • ଯଦି ଆପଣଙ୍କର କବିତା, କାହାଣୀ ଅନ୍ୟତ୍ର ପ୍ରକାଶିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ ଷ୍ଟୋରିମିରରରେ ଦାଖଲ ହୋଇନାହିଁ, ଆପଣ ଏହାକୁ ଏହି ପ୍ରତିଯୋଗିତାରେ ଦାଖଲ କରିପାରିବେ ।
  • ବ୍ୟାକରଣ ଏବଂ ଶବ୍ଦ ଗଠନରେ ତ୍ରୁଟି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ସାହିତ୍ୟିକ ଜୀବନର ଯାତ୍ରା ତଥା ଆପଣଙ୍କ ପାଠକମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ।
  • ଆପଣଙ୍କୁ କେବଳ ପ୍ରତିଯୋଗିତାର ଲିଙ୍କ୍ ପରିଦର୍ଶନ କରି ଆପଣଙ୍କ କାହାଣୀ ପଠାଇବାକୁ ପଡ଼ିବ, କେବଳ ସେତେବେଳେ ଏହା ପ୍ରତିଯୋଗିତାରେ ବୈଧ ହେବ।
  • ଯେକୌଣସି ପ୍ରକାରର PDF ଫାଇଲ୍ ଇତ୍ୟାଦି ଗ୍ରହଣୀୟ ନୁହେଁ । ତୁମର ଲେଖାକୁ କେବଳ ପାଠ୍ୟ ଫର୍ମାଟରେ ପଠାନ୍ତୁ ।
  • ଜଣେ ସ୍ରଷ୍ଟା ଯେକୌଣସି ସଂଖ୍ୟକ କାହାଣୀ ଓ କବିତା ପଠାଇପାରିବେ ।


ପୁରସ୍କାର

ପ୍ରତିଯୋଗିତାରେ ଦାଖଲ ହୋଇଥିବା କାହାଣୀ ମଧ୍ୟରୁ ଟି୧୦ କାହାଣୀ ଓ ୧୦ଟି କବିତା ସମ୍ପାଦକୀୟ ସ୍କୋର ଅନୁଯାୟୀ ବିଜେତା ଘୋଷିତ ହେବେ। ଏକ ସ୍ୱତନ୍ତ୍ର ଡିଜିଟାଲ ବିଜେତା ପ୍ରମାଣ ପତ୍ର ପ୍ରଦାନ କରାଯିବ ।

ସମସ୍ତ ବିଜେତାଙ୍କୁ ୧୦୦ଟଙ୍କାର ଷ୍ଟୋରିମିରର ସପ୍ ଭାଉଚର ପ୍ରଦାନ କରାଯିବ ।

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ଦିଆଯିବ ।


ବିଭାଗ : କାହାଣୀ/ କବିତା

ଭାଷା : ଓଡ଼ିଆ

ଅବଧି: ୫ ଜୁଲାଇ ୨୦୨୩ ରୁ ୧୫ ଅଗଷ୍ଟ ୨୦୨୩

ଫଳାଫଳ - ନଭେମ୍ବର ୨୦୨୩

ଗଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845