Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଉଡ଼ାଣ

SEE WINNERS

Share with friends

"ଉଡ଼ାଣ"– ୨୦୨୩(ତ୍ରୈମାସିକ ଇ-ପତ୍ରିକା)

ସାରସ୍ୱତ ସ୍ରଷ୍ଟାଗଣ,

 ଷ୍ଟୋରିମିରର୍ ଓଡ଼ିଆ ତରଫରୁ ସାରସ୍ଵତ ଅଭିନନ୍ଦନ ଆଉ ଶୁଭେଚ୍ଛା । ଆମେ ଅତ୍ୟନ୍ତ ଉଲ୍ଲାସର ସହ ଆପଣଙ୍କ ଜ୍ଞାତାର୍ଥେ ଜଣାଉଅଛୁ ଯେ, ସାହିତ୍ୟର ନବ ଦିଗନ୍ତର ସନ୍ଧାନରେ ଷ୍ଟୋରିମିରର ଆରମ୍ଭ କରିଛି ଏକ ନୂତନ ସାରସ୍ଵତ ଯାତ୍ରା । ତ୍ରୈମାସିକ ଇ-ପତ୍ରିକା, “ଉଡ଼ାଣ – ୨୦୨୩ ”

 

ଆସନ୍ତା ଜୁନ ମାସରେ ଷ୍ଟୋରିମିରର୍ ଓଡ଼ିଆ ତରଫରୁ ଏକ ତ୍ରୈମାସିକ ଇ – ପତ୍ରିକା ପ୍ରକାଶିତ ହେବାକୁ ଯାଉଛି । 

ତେଣୁ ନିମ୍ନରେ ପ୍ରଦତ୍ତ ସୂଚନାକୁ ଭିତ୍ତିକରି ନିଜର ସୁ ନିର୍ବାଚିତ ଲେଖା ପ୍ରଦାନ କରନ୍ତୁ ।

 ସୁନିର୍ବାଚିତ ଲେଖା ( ଉଭୟ ଗଳ୍ପ ଓ କବିତା, କୋଟ, ଆପଣଙ୍କ ମତାମତ )ଆଦି ବିଭାଗକୁ ନେଇ ଏକ ଇ- ପତ୍ରିକା ପ୍ରକାଶିତ ହେବ ।

 ଆପଣଙ୍କ ପାଇଁ ନିୟମ :

 ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।

ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।

ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।

 ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ ।ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

ବିଭାଗ: 

ଗଳ୍ପ 

କବିତା 

କୋଟ

ଆମ ରୋଷେଇ

ଦୁଇ ପଦ ମତାମତ ( ଷ୍ଟୋରିମିରର ପୋର୍ଟାଲରେ ଉପଲବ୍ଧ ଯେ କୌଣସି ଗଳ୍ପ ଓ କବିତା ବିଷୟରେ )

ବି.ଦ୍ର – ଆମ ରୋଷେଇ ବିଭାଗ ପାଇଁ (https://blog.storymirror.com/) ଲିଙ୍କ ମାଧ୍ୟମରେନିଜ ଲେଖା ପ୍ରଦାନ କରନ୍ତୁ । ଏତତ୍ ସହିତ ଆପଣଙ୍କ ନାମ ଓ ଠିକଣା ଲେଖାର ନିମ୍ନରେ ପ୍ରଦାନ କରିବା ସହ ଷ୍ଟୋରିମିରର ପ୍ରୋଫାଇଲ୍ ରେ ନିଜର ଫଟୋ ଉପଲବ୍ଧ କରାନ୍ତୁ ।  


ପ୍ରତିଯୋଗିତା ଅବଧି- ଜାନୁଆରୀ ୧୬, ୨୦୨୩ ରୁ ଅପ୍ରେଲ ୧୬, ୨୦୨୩

ଫଳାଫଳ-ଜୁନ

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ କୀର୍ତ୍ତିମାନ ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠାତା ଦେବାଶିଷ ମିଶ୍ର, ସୃଷ୍ଟି ସମ୍ଭାର ସାହିତ୍ୟ ପରିବାରର ସମ୍ପାଦକ କାହ୍ନୁ ଚରଣ ସାହୁ, କବିତା ମିନାରର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ ସାହୁ ’ ମା' ତାରିଣୀ ସାହିତ୍ୟ ସଂସଦର ସହଯୋଗୀ ଓ ସମ୍ପାଦକ ସୁକାନ୍ତ ଖଣ୍ଡା ଓ ରତିନାରାୟଣ ରାଉତ, ଓଡ଼ିଆ ସାହିତ୍ୟର ନବଜାତକ ପଥେର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ, ଜାତୀୟ କବି ଲେଖକ ସଂଗଠନର ପରିଚାଳକ ଓ ସମ୍ପାଦକ ଦୀନବନ୍ଧୁ ବେଜ ଓ ସାହିତ୍ୟିକ କବି ବନ୍ଧୁ ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର ତଥା ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦର ସମ୍ପାଦକ ବୀର କିଶୋର ନାୟକଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।