Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଗଣେଶାୟ ନମଃ

SEE WINNERS

Share with friends

ଗଣେଶାୟ ନମଃ



ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନଂ ପ୍ରଭୋ ।


ମମ ବିଘ୍ନ ନିହତ୍ୟାଶୁ ଗଣାଧିପତୟେ ନମଃ ।।


ଆମ ସଂସ୍କୃତିରେ ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧିର ଅଧୀଶ୍ଵର । ଜୀବନରେ ସୁଖ ଶାନ୍ତି ସହ ସାମାଜିକ ଜୀବନ ପ୍ରବାହରେ ଆମ ଜୀବନରେ ଆସୁଥିବା ବାଧା-ବିଘ୍ନର ନିରାକରଣ ନିମନ୍ତେ ଆମେ ଗଣେଶ ଆରାଧନା କରିଥାଉ । ଯାହା ଦ୍ୱାରା ଆମ ମନରେ ସଦଭାବନାର ସଂଚାର ହୋଇଥାଏ । କେବଳ ସେତିକି ନୁହେଁ, ଏହି ପୂଜା ପାର୍ବଣ ଆମ ଭିତରେ ସାମାଜିକ ଐକ୍ୟତା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ତେବେ ଚଳିତ ବର୍ଷ କରୋନା ପ୍ରଭାବରେ ଆବହମାନ କାଳରୁ ଚାଲି ଆସୁଥିବା ପବିତ୍ର ଗଣେଶ ପୂଜା ମଧ୍ୟ ପ୍ରଭାବିତ ହେବ । ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ । ତଥାପି ଆମ ଭିତରେ ଭକ୍ତି ଅକ୍ଷୁର୍ଣ୍ଣ ରହିବ ।


ତେଣୁ ଆସନ୍ତୁ ଚଳିତ ବର୍ଷ ଗଣେଶ ପୂଜା ଷ୍ଟୋରିମିରର୍ ସହିତ ପାଳନ କରିବା । ଏହି ଗଣେଶ ପୂଜା ଉପଲକ୍ଷେ ନିଜ ହୃଦୟର ଅଖଣ୍ଡ ଭକ୍ତି ଓ ବିଶ୍ୱାସକୁ କବିତା ଓ କାହାଣୀର ରୂପ ଦେବା । ନିଜ ଜୀବନରେ ଘଟିଯାଇଥିବା ଅନୁଭବ ଓ ଅନୁଭୂତି ସବୁରେ ପ୍ରାଣ ସଂଚାର କରିବା ସହ ପ୍ରଭୁ ଗଣେଶଙ୍କ ପାଦ ପଙ୍କଜରେ ନିଜକୁ ସମର୍ପଣ କରିବା ।



ନୀତିନିୟମ :

ଲେଖାଟି ଗଣେଶଙ୍କ ଉପରେ ଆଧାରିତ ହେବା ନିତାନ୍ତ ଆବଶ୍ୟକ ।

କେବଳ କବିତା ଓ କାହାଣୀ ଗ୍ରହଣୀୟ ।

ସମ୍ପାଦକୀୟ ସ୍କୋର୍ ଏବଂ ଲେଖାଟି ଉପରେ ପାଠକ ଯୋଗଦାନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ ।

ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

କୌଣସି ଶବ୍ଦ ସୀମା ନାହିଁ ।

ପ୍ରବନ୍ଧ ଗ୍ରହଣୀୟ ନୁହେଁ ।


ବିଭାଗ : କାହାଣୀ/କବିତା

ଭାଷା: ଓଡ଼ିଆ


ପୁରସ୍କାର :

ସର୍ବାଧିକ ଲେଖା ଦାଖଲ କରିଥିବା ୩ ଟି କାହାଣୀ ଏବଂ କବିତାକୁ ଯଥାକ୍ରମେ ଷ୍ଟୋରୀମିରର୍ INR ୨୦୦ ସପ୍ ଭଉଚର ପ୍ରଦାନ କରାଯିବ ।

ସମ୍ପାଦକୀୟ ପସନ୍ଦ ଅନୁଯାୟୀ ୬ଟି କାହାଣୀ ଏବଂ କବିତାକୁ ଯଥାକ୍ରମେ ଷ୍ଟୋରୀମିରର୍ INR ୧୫୦ ସପ୍ ଭଉଚର ପ୍ରଦାନ କରାଯିବ ।

ସମସ୍ତ ଅଂଶଗ୍ରହଣକାରୀ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।

ଦାଖଲ ଅବଧି: ସେପ୍ଟେମ୍ବର ୧୪ ରୁ ସେପ୍ଟେମ୍ବର ୩୦, ୨୦୨୩

ଫଳାଫଳ: ଅକ୍ଟୋବର ୨୦୨୩


ଯୋଗାଯୋଗ:

8637256608

+91 91106 62845

pallabini@storymirror.com


ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।