Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Children

3  

Bidutprabha Mishra

Inspirational Children

ଆକାଂକ୍ଷା

ଆକାଂକ୍ଷା

1 min
133



ମନୁଷ୍ୟ ମନରେ ଭରିରହିଥାଏ

ଆଶା ଓ ଆକାଂକ୍ଷା କେତେ 

ସବୁତ କେବେବି ପୂରଣ ହୁଏନା 

ଏହି ଜନମର ପଥେ l


ଆକାଂକ୍ଷା ସହିତ କର୍ମ ନକରିଲେ

ହୋଇକି ପାରିବ ପୂର୍ଣ୍ଣ 

ସୁପ୍ତ ସିଂହ କେବେ ଆହାର ପାଏନା

କର୍ମ ଅଟେ ବଳବାନ ll


ଆକାଂକ୍ଷା ପୂରଣ କରିବା ନିମନ୍ତେ

ଦୃଢ଼ ମନୋବଳ ଧରି 

କର୍ମ କରୁଥିଲେ ଜୀବନ ମଧ୍ୟରେ

ସଫଳତା ଆଶା କରି l


ଅତ୍ୟଧିକ ଆଶା ଆକାଂକ୍ଷା କରିବା

ନୁହଁଇ କେବେବି ଭଲ 

ଆକାଶରୁ ଚାନ୍ଦ ତୋଳିବା ର ଆଶା

ଦେଇଥାଏ ବ୍ୟର୍ଥ ଫଳ l


ଆଶା ଆକାଂକ୍ଷାକୁ ନେଇ ତ ଜୀବନ

ଶେଷ ନିଃଶ୍ୱାସ ଯାଏଁ 

କିଛି ପୂରିଯାଏ କିଛି ରହିଯାଏ

ସବୁ କି ପୂରଣ ହୁଏ?



Rate this content
Log in

Similar oriya poem from Inspirational