Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Inspirational

3  

Manorama Mohanty

Inspirational

ଆମରି ନାଆ ରେ ଆମେ ନାଉରୀ.

ଆମରି ନାଆ ରେ ଆମେ ନାଉରୀ.

1 min
236


ମାଆ ବୋଲି ଯିଏ ବିଶ୍ୱରେ ବନ୍ଦିତା 

ପତିତପାବନ ଗାଏ ଯାର ଗାଥା 

   ସିଏ ଆଉ କିଏ ନୁହେଁ ରେ 

ମମତାମୟୀ ସେ ବୀର ପ୍ରସବିନୀ 

   ମୋ ଭାରତ ମାଆ ସିଏ ରେ, 

ସିଏ ଆଉ କିଏ ନୁହେଁ ରେ |


ତା ସନ୍ତାନ ବୋଲି ମନେ ମୋର ଦମ୍ଭ 

ଅନ୍ତରେ ଭରିଛି ତା ପାଇଁ ପ୍ରେମ |

ଯାହାର ମମତା ସ୍ୱର୍ଗ ପାରିଜାତ 

  ସିଏ ଆଉ କିଏ ନୁହେଁ ରେ 

  ମୋ ଭାରତ ମାଆ ସିଏ ରେ 

ସିଏ ଆଉ କିଏ ନୁହେଁ ରେ |


ପ୍ରାଣ ପ୍ରବାହିନୀ ତା ଅହିଂସାବାଣୀ 

ବାଳୁତ ବାଜିଆ ଯା ମଥା ର ମଣି 

କେତେ ସୁର ନର ବିଜୟବାରତା 

ଗୋଟି ଗୋଟି କରି କହେ ରେ 

   ସିଏ ଆଉ କିଏ ନୁହେଁ ରେ 

  ମୋ ଭାରତ ମା ସିଏ ରେ 

ସିଏ ଆଉ କିଏ ନୁହେଁ ରେ |


ଜାଗ୍ରତ ପ୍ରହରୀ ନେତାଜୀ ସୁବାଷ 

ବକ୍ସି ଜଗବନ୍ଧୁ ଗୋପବନ୍ଧୁ ଦାସ 

ଏ ଦେଶ ର ନାରୀ ହାତେ ଅସ୍ତ୍ର ଧରି 

ଘରୁ ଗୋଡ଼କାଢି ଧାଏଁ ରେ 

  ସିଏ ଆଉ କିଏ ନୁହେଁ ରେ 

  ମୋ ଭାରତ ମା ସିଏ ରେ 

ସିଏ ଆଉ କିଏ ନୁହେଁ ରେ |


କେତେ କେତେ କବି ଲେଖନୀ ଚଳାଇ 

ଅମର ହୋଇଲେ ତୋ ମହିମା ଗାଇ 

ଏ ଦେଶ ର ଯଶ ଗଉରବ ଗାଥା 

ଅନ୍ତରେ ଝଙ୍କୃତ ହୁଏ ରେ 

  ସିଏ ଆଉ କିଏ ନୁହେଁ ରେ 

  ମୋ ଭାରତ ମା ସିଏ ରେ 

ସିଏ ଆଉ କିଏ ନୁହେଁ ରେ |


କେତେ ଭାଗ୍ୟବାନ ମୁଁ ଆଜି ସତେ 

ଗାଇବି ତୋ ଗୀତି ମୁକତି ର ମନ୍ତ୍ରେ 

ତୋ ପାଦ ଯୁଗଳେ ସଜାଇ କୁସୁମ 

ତୋ ପାଦ ରେ ମଥା ନୁଏଁ ରେ 

  ସିଏ ଆଉ କିଏ ନୁହେଁ ରେ 

  ମୋ ଭାରତ ମା ସିଏ ରେ 

ସିଏ ଆଉ କିଏ ନୁହେଁ ରେ |


Rate this content
Log in