Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Abstract Romance Classics

3  

Mr.GAGAN BIHARI NAYAK

Abstract Romance Classics

ଆଶାର ଆଷାଢ

ଆଶାର ଆଷାଢ

1 min
186



କଥା ଦେଇଥିଲା ଆଶାର ଆଷାଢ

ହାତ ପରେ ରଖି ହାତ

ମେଘ ସବାରୀରେ ଆସିବ ମୋ ପ୍ରିୟା

ସପନ ହୋଇବ ସତ ।


ଦୋଳି ଖେଳୁଥିବ ମେଘେ ମହ୍ଲାର

ଅଜାଡି ଦେଇ ତା’ ପ୍ରୀତି ସଂଭାର 

ଗୀତ ଗାଉଥିବ ପୂବେଇ ବାଆ

ମନ ତଳ ନିଶା ପିରତୀ ଛୁଆଁ

ମଉସୁମୀ ଝରା ପ୍ରୀତିର ବରଷା

କରୁଥିବ ଅଣାୟତ ।


ଚପଳା ଚମକେ ଝାପସା ମୁହଁ ତାର

ଦିଶିଯାଏ ମଧୁ ଝରା ଅଧର

ପ୍ରଥମ ଛୁଆଁର ପ୍ରଥମ ବର୍ଷା

ମେଣ୍ଟେ ନାହିଁ ଶୋଷ ବଢାଏ ତୃଷା

ଉଠୁଥିବ ମାତି ତା’ ମିଠା ଛୁଆଁରେ

ଚୁମି ବାକୁ ଓଦା ଓଠ ।


Rate this content
Log in