Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANANIBALA NAIK

Others Children

4  

BANANIBALA NAIK

Others Children

ଅଦ୍ୱିତୀୟ ମୋ ଦେଶ ଭାରତ

ଅଦ୍ୱିତୀୟ ମୋ ଦେଶ ଭାରତ

1 min
281



ସାରା ଜଗତ ରେ ମୋ ଦେଶ ଭାରତ

ଅପରୂପ ମନୋହର,

ମୁକୁଟ ଯାହାର ହିମାଳୟ ଗିରି

ଗଙ୍ଗା ଯା ହୃଦୟ ହାର ।।


ବହି ଯାଏ ଯହିଁ ପୁଣ୍ୟ ବୈତରଣୀ

ପାପ ନାଶିନୀ ଯମୁନା,

ଏହାରି କୂଳରେ ଗୋପୀଗଣ ସାଥେ

କୃଷ୍ଣ ଙ୍କ ପ୍ରେମ ରଚନା ।।


ଜନମିଲେ ଯହିଁ ରାମ ଚାପଧାରୀ

ଗୋପୀ ନାଥ ଚକ୍ରଧର,

ପ୍ରଭୁ ବଳରାମ ସୁମିତ୍ରା ନନ୍ଦନ

ଭକ୍ତ ହନୁ କପି ବର ।।


ଏ ଦେଶେ ଜନ୍ମିଲେ ବୁଦ୍ଧ ମହାବୀର

ଭୀଷ୍ମ ଦ୍ରୋଣ କର୍ଣ୍ଣ ବୀର,

ବୀର ଧନଞ୍ଜୟ , ୠଷି ବେଦବ୍ୟାସ

ଯୁଧିଷ୍ଠିର ବୃକୋଦର ।।


ଧର୍ମରକ୍ଷା ପାଇଁ ପ୍ରଭୁ ବାସୁଦେବ

ରଚିଲେ ମହା ସମର,

ଅଧର୍ମ ବିନାଶି ପୃଥ୍ବୀ ଉସ୍ୱାଶିଲେ 

ଜନ୍ମ ନେଇ ବାରମ୍ବାର ।।


ଅହଲ୍ୟା ,କୌଶଲ୍ୟା, ସୀତା, ମନ୍ଦୋଦରୀ

ଗାନ୍ଧାରୀ,ଦ୍ରୌପଦୀ,କୁନ୍ତୀ,

କର୍ମେ ପରାକାଷ୍ଠା ଦେଇଗଲେ ଶିକ୍ଷା

ପତିବ୍ରତା ମହାସତୀ ।।


ଏଇ ମୋ ଦେଶ ରେ ମହୋଦଧି ତୀରେ

ଉତ୍କଳ ଭୂଖଣ୍ଡ ନାମେ,

ଦରଗଢା ଦିଅଁ ରହି ନୀଳାଚଳେ

ଜଗତ ର ନାଥ ନାମେ।।


ଏ ମାଟିରେ ଫଳେ ସୁନା ର ଫସଲ

ସୁଶୀତଳ ଝର ଜଳ,

କୁଳୁ କୁଳୁ ଗାଏ ପାହାଡି ଝରଣା

ବୃକ୍ଷେ ବୃକ୍ଷେ ମିଠା ଫଳ ।।


ମନ୍ଦିର ରୁ ଶୁଭେ ଓଁକାର ଶବଦ

ଘଣ୍ଟ ,ଝାଞ୍ଜ ,କରତାଳ,

ଶୁଭ ଶଙ୍ଖ ନାଦେ ପ୍ରଭାତେ ପ୍ରଦୋଷେ

ଭକ୍ତି ଭାବ ଛଳ ଛଳ ।।


କାଷ୍ଠ ପାଷାଣ ରେ ମୃଣ୍ମୟୀ ମୂର୍ତ୍ତି ରେ

ଅନୁଭବେ ଦିବ୍ୟ ଶକ୍ତି,

ଧନ୍ୟ ମୋ ଭାରତ ବିଶ୍ୱରେ ବିଖ୍ୟାତ

ଧନ୍ୟ ମୋ ଦେଶ ସଂସ୍କୃତି ।।



Rate this content
Log in