Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance Inspirational

4  

Jagannath Barik

Romance Inspirational

ଅମର ଆମ ପ୍ରୀତି

ଅମର ଆମ ପ୍ରୀତି

1 min
545



  ପ୍ରୀତି ମଇନା ହୃଦ ଆଇନା 

          ସିଏ ମୋ ପ୍ରିୟତମା 

  ପ୍ରେମ ଚକୋରି  ମନ ମୟୂରୀ 

          ରୂପସୀ ନିରୁପମା 

     ନିରାଶା ମରୁ ଝର 

ଶାନ୍ତି ତପୋବନ ସେ ମୋର  ସେନେହ ପାରାବାର |


  ଯେତେ ଦେଖିଲେ ସେତେସୁନ୍ଦର

       ସବୁ ସୁଖର ଖଣି

 ହସଟି ତାର କେଡ଼େ ମଧୁର 

         ମନକୁ ନିଏ କିଣି 

     ବୀଣା ଜିଣା ତା ବାଣୀ 

  ଓଢଣା ତଳୁ ନୟନ ବାଣେ ମରମ ଦିଏ ହାଣି |


  ରତନାଗାର  ରଖିଛି ସିଏ

         ସାଇତି ମୋହ ପାଇଁ

  ତା ଆଗେ ଛାର ଇନ୍ଦ୍ର ସମ୍ପଦ 

          ବରୁଣ ପୁର ଛଇ 

    ସିଏ ମୋ ପ୍ରେମ ତରି 

ସଂସାର ସାର ମୋ ଗଳା ହାର  କିଏ ହେବ ତା ସରି |


   ଯେଦିନୁ ତାର ଧରିଲି କର 

          ଶୂନ୍ୟ ହେଲା ପୂର୍ଣ୍ଣ 

  ଦୁଃଖ ଦରିଆ ସୁଖ ବୋଇତ 

         ଆଶାର ନବଘନ 

      ମନ ଆକାଶ ଜହ୍ନ 

  ସହ ଧର୍ମିଣୀ ସହ ମର୍ମିଣୀ ମୋ ପାଇଁ ତୀର୍ଥ ଧାମ |


   ବୟସ ଯେତେ ଯାଉଛି ଗଡ଼ି

        ବନ୍ଧନ ଚେର ଯାଉଛି ମାଡି 

   ଆସୁ ସେ ବାତ୍ୟା ଆସୁ ସେ ବନ୍ୟା 

        ଆସୁ ବିପଦ ଝଡି 

      ବାହିବୁ ଆମ ତରୀ 

  ସରଗ ଧାମ ଅମର ପ୍ରେମ ଯିବୁନି କେବେ ହାରି |


    ବିଚାରେ ମନ୍ତ୍ରୀ ଆଚାରେ ଲଷ୍ମୀ 

        ବୁଦ୍ଧିରେ ବୃହସ୍ପତି 

    ବିପଦେ ସିଏ ଭୂଧର ସମ 

         ସମ୍ପଦେ ପ୍ରିୟ ସାଥି 

      ସିଏ ପରମା ସତୀ 

  ଯୁଗ ଯୁଗର ପ୍ରିୟା ସେ ମୋର ଅମର ଆମ ପ୍ରୀତି |

      



Rate this content
Log in

Similar oriya poem from Romance