Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅର୍ଜୁନଙ୍କ ବିଶ୍ଵରୂପ ପ୍ରାର୍ଥନା

ଅର୍ଜୁନଙ୍କ ବିଶ୍ଵରୂପ ପ୍ରାର୍ଥନା

1 min
234



ହରଷେ କହନ୍ତି ଅର୍ଜୁନ

     ହେ ପ୍ରେମମୟ ନାରାୟଣ l

କହିଲୁ ପ୍ରେମ ବହି ମୋତେ

    ଆଧ୍ୟାତ୍ମ ଗୁପ୍ତ ଜ୍ଞାନ ଯେତେ l

ଗୁହ୍ୟ ସେ ଅତି ଗୁହ୍ୟତମ

    ଦୂର ହୋଇଲା ମୋହ ମମ l

ବିସ୍ତାରେ କହିଲୁ ତୁ ମୋତେ

    ଜୀବର ଜନ୍ମ କର୍ମ ଯେତେ l

ସ୍ଥିତି, ବିଲୟ, ଆବିର୍ଭାବ

     ଯାହା ତୋ ବିଭୁତି ସମ୍ଭବ l

ଶ୍ରବଣେ ବିଭୁତି ତୋହର

      ସଂଶୟ ସର୍ବ ଗଲା ଦୂର l

ପବିତ୍ର ହୃଦ, ଗାତ୍ର, ମନ

     ହେ ପ୍ରଭୁ କମଳ ଲୋଚନ l

ବିଶ୍ୱ ନିୟନ୍ତା ଯୋଗେଶ୍ୱର

      ହେ ପ୍ରଭୁ ପରମ ଈଶ୍ୱର l

ପୁରୁଷୋତ୍ତମ ଭାବଗ୍ରାହୀ

     ତୋତେ ଜାଣିଲି ପ୍ରଭୁ ମୁହିଁ l

ବିଭୁତି ବର୍ଣ୍ଣିଲୁ ତୁ ଯାହା

    ଜାଣିଲି ତୋତେ ମୁହିଁ ତାହା l

ବାସନା ଜାଗେ ମନେ ଅତି

     ତୋ ବିଶ୍ୱ ରୂପକୁ ଦେଖନ୍ତି l

ଦେଖାଇ ସେ ରୂପ କୃତାର୍ଥ l

      କରନ୍ତୁ ମୋତେ ଜଗନ୍ନାଥ l

ଦର୍ଶନେ ମୁଁ ଯଦି ଭାଜନ

       କୃପା କରନ୍ତୁ ଭଗବାନ l

ପରମ ପ୍ରଭୁ ଯୋଗେଶ୍ୱର

      ପୁରାଅ କାମନା ମୋହର ।

ବିଶ୍ୱମୋହନ ରୂପ ଦେଖି

        ଅବଗାହିବି ଚର୍ମ ଆଖି l

       


Rate this content
Log in

Similar oriya poem from Inspirational