ଅସମ୍ପର୍ଣ୍ଣେ ଜାଣି ଶିବ ସୁତ
ଅସମ୍ପର୍ଣ୍ଣେ ଜାଣି ଶିବ ସୁତ
ଦେହର ମଳିରେ ଗଢିଥିଲେ ମାଆ,
କୋଟି ସୂର୍ଯ୍ୟ ପ୍ରାୟ ତୁମ ତେଜ,
ପ୍ରକାଣ୍ଡ ଶରିର ବୁଦ୍ଧି ରେ ପ୍ରଖର,
ପରାକ୍ରମେ ସମ ବୃକ୍ଷଧ୍ୱଜ (ଶିବ) ।
ଯେତେ ଶୁଭକାର୍ଯ୍ୟ, ନୂଆ ସଜବାଜ,
ନିର୍ବିଘ୍ନେ ସମ୍ପନ୍ନ ତୁମ ପାଇଁ,
ବିଦ୍ୟା,ବୁଦ୍ଧି, ସିଦ୍ଧି, ପାଇଁକି ପ୍ରସିଦ୍ଧି,
ଅଗ୍ରେ ପୂଜା ପାଅ ସେଥିପାଇଁ ।
ହେତୁ ହେବାଦିନୁ ଜାଣିଛି ତୁମକୁ,
ଦେବତା ଓ ବିଦ୍ୟାଦାତା ବୋଲି,
ଅଧା ପାଠୁଆ ମୁଁ ମାଗିବା କୋହଳେ
ନୁହଁ ତୁମେ ତୁମ ବାପା ଭଳି ।
ବାପା ଚଢେ ଘୋଡ଼ା ପୁଅ ତାଠୁ ଥୋଡା,
ଏ କଥା କି ତୁମେ ଜାଣ ନାହିଁ,
ଯିଏ ଯାହା ମାଗେ ତାଠୁ ବେଶି ଭୋଗେ,
ଶିବଙ୍କ ମହିମା ସାର ଏହି ।
ନମଃ ଗଣେଶାୟ, କହି ମୁଣ୍ଡେ ଖଡ଼ି,
ପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର,
ଯେବେଠୁ ଜାଣିଛି ଶିବ ତୁମ ବାପା,
ବୁଝିଥିଲି ଗୁଣ ଶିବଙ୍କର ।
ଭାବିଥିଲି ବାପ, ପୁଅ ଏକା ପରି,
ଅଳପେ ସନ୍ତୁଷ୍ଟ ପରିବାର ,
ହେଲେ ମୋ ବୟସ ପାକଳ ହୋଇଲା,
ବଢିଲାନି ବିଦ୍ୟା, ବୁଦ୍ଧି ମୋର ।
ସେଥିପାଇଁ ଦୋଷୀ ମୋ ପିଲା ଭାବନା,
ଅସମ୍ପୂର୍ଣ୍ଣେ ଜାଣି ଶିବ ସୁତ,
ମୋ ଲୁପ୍ତ ଅତିତ, ନୋହୁଁ କାରେ ପ୍ରାପ୍ତ,
ଏହି ଇଚ୍ଛା ମୋର ଗଣନାଥ ।