ବାଗ୍ ବଗିଚା
ବାଗ୍ ବଗିଚା
ବାଗ୍ ବଗିଚାରେ ହେଲେ ମିଳନ
ପ୍ରମୋଦରେ ମନ ହୁଏ ଉଛନ ।
ବନ୍ଧୁ ପରିଜନ ଆତ୍ମୀୟ ଜନ
ନ ପାରନ୍ତି ବୁଝି ଯେବେ ତ ମନ ।
ପୁଷ୍ପ ଉଦ୍ୟାନ ସେ କରେ ଭରଣ
ମନରୁ ହଟାଇ କେତେ କଷଣ ।
ନାହିଁ ତା ଭାବନା ନାହିଁ ସଂଘର୍ଷ
ଆରାମ ଦାୟକ ଆତ୍ମା ସନ୍ତୋଷ ।
ବନ ଉପବନେ ଫୁଟିଲେ ଫୁଲ
ମନ ହୋଇଥାଏ ଦେଖି ପ୍ରଫୁଲ୍ଲ ।
ଯିବା ଆସିବାକୁ ଦିଏନି ବାଟ
ପ୍ରେମର କରଇ ଆମେ ଆକଟ ।
ବନ ଉପବନେ ପୁଷ୍ପ ସନ୍ଦେଶ
ଦୁଃଖ ମନୋଭାବ କରଇ ନାଶ ।
ବସନ୍ତ ଉଦ୍ୟାନେ ବୁଣଇ ବୀଜ
ପ୍ରେମରେ ଅଟେ ସେ ସଦା ସବୁଜ ।
ଧନ୍ୟ ସେ ଉଦ୍ୟାନ ଧନ୍ୟ ତା କାନ୍ତି
କରିଥାଏ ସିଏ କେତେ ପ୍ରଶାନ୍ତି ।
ନାହିଁ ତା ଆରମ୍ଭ ନାହିଁ ତା ଅନ୍ତ
ସୌନ୍ଦର୍ଯ୍ୟ ରାଶିରେ ସିଏ ଅନନ୍ତ ।।