ବାର୍ଦ୍ଧକ୍ୟ ଆଇନା
ବାର୍ଦ୍ଧକ୍ୟ ଆଇନା
ହୃଦୟ କାନ୍ଥରେ
ଜମିଥିବା ଧୂଳି
ପୋଛି ଦିଏ ଯେବେ କେବେ
ଚକ୍ ଚକ୍ ଦିଶେ
ହଜିଲା କିଛି ପ୍ରିୟ ମୁହଁ
ଘଟଣା ସମୂହ
କିଛି ଚିହ୍ନ
କିଛି କ୍ଷତ
ଭାରି ସୁଖଦାୟୀ
ସେଇ ହଜିଲା ଅତୀତ।
ଉଖାରି ହୋଇ ଯାଏ
ଶୁଖିଲା ଘା
ମେନ୍ଦା ମେନ୍ଦା ରକ୍ତ ଝରେ
କେବେ ପୀଡା ଦିଏ
କେବେ ଆଣେ ମଳୟ ବାଆ
ଖୁସିରେ ଗଦ୍ ଗଦ୍ ହୋଇ
ନିଃଶ୍ବାସ ହୁଅଇ ଖର
ଭାରି ଭଲ ଲାଗେ ତାକୁ
ମନେ ପକାଇବାକୁ ଲୋ ମିତ।
ବୟସ ନଈ
ପ୍ରଖରେ ଧାଅଇଁ
ମିଶିଵ ମୃତ୍ୟୁ ସମୁଦ୍ରେ
ସକାଳ,ମଧ୍ୟାହ୍ନ ଯାଇ
ସଂଜ ଆସେ ନଇଁ
କେମିତି ଗୁପତରେ
ସବା ଶେଷେ ରାତି
ମନେ ଦିଏ ଭିତ୍ତି
ପିଲାଦିନ ଦିଶିଯାଏ କେବେ
ବାର୍ଦ୍ଧକ୍ୟର ଆଇନାରେ।