Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Tragedy

3  

Madhusmita Prusty

Tragedy

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
183



ଜୀବନ ପଥରେ ଶେଷ ଯାତ୍ରା ମୋର

ବାର୍ଦ୍ଧକ୍ୟ କବଳେ ଦେହ,

ଛାଡ଼ି ଆସିଛି ମୁଁ ଜ୍ଞାତି ପରିଜନ

ତୁଟାଇଛି ମାୟା ମୋହ |


ସଂସାର ମୋହରେ ଛନ୍ଦି ହେଇଥିଲି

ପ୍ରଭୁ ପାଶୁ ଥିଲି ଦୂର,

ମୋହ,ମାୟା ମୋତେ ଏମିତି ଗ୍ରାସିଲା

କାୟା ହେଲା ଛାରଖାର |


ଯାହାକୁ ଭାବିଲି ନିଜଠୁ ନିଜର

ସେହିମାନେ କଲେ ଦୂର,

ପୁତ୍ର,କନ୍ୟା ମୋର ନିଜ ସ୍ୱାର୍ଥ ପାଇଁ

କଲେ ମୋତେ ବ୍ୟବହାର |


ବୃଦ୍ଧ ବୟସରେ ସାହାରା ନପାଇ

ବୁଲିଲି ମୁଁ ବାରଦ୍ୱାର,

ମାଗିଯାଚି କେତେ ଦିନ ବିତାଇବି

ମୃତ୍ୟୁ ଯେ ନିକଟ ମୋର |


ଶେଷ ନିଷ୍ପତ୍ତିରେ ଉପନୀତ ହେଲି

ଚାଲିଯିବି ହରିଦ୍ୱାର,

ଯେଉଁଠି ନଥିବ ସଂସାରର ମୋହ

ଧୋଇଯିବ ପାପମୋର |


ଶେଷ ଇଚ୍ଛା ମୋର ହେ ଜଗତପତି

ଦିଅ ବାରେ ମୋତେ ମୁକ୍ତି,

ଶେଷ ସମୟରେ ତୁମ ନାମ ନେଲେ

ଆତ୍ମା ମୋ ପାଇବ ଶାନ୍ତି |



Rate this content
Log in