Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Classics Inspirational

4.0  

Pranati Panda

Classics Inspirational

ବଡ ବନ୍ଧୁ

ବଡ ବନ୍ଧୁ

1 min
151



କେବେ ତ 'ଅବୁଝା ମୋ ପାଇଁ ଲାଗଇ

କେବେ ପୁରା ବୁଝିଯାଏ ,

କେବେ ପାଇଯାଏ ଭରସାର ଭାଷା 

କେବେ ପୁଣି ଭାସିଯାଏ ।


ଭଲ ପାଇବାର ସବୁଜିମା ମୋର

ଆଲୁଅ ଅବିର ଧାରେ ,

ଦୁଃଖ, ସୁଖ ମୋର ସବୁ ଭୁଲିଯାଏ

ହଜିଯାଏ ଆବେଗରେ ।


ଭାବର କୋଣାର୍କ ହୁଅଇ ଉନ୍ମନା

କଳ୍ପନା ଜୁଆରେ ବହେ ,

କେବେ ହଜିଯାଏ ଭାବ ବନ୍ଧନରେ

କେବେ ଉଜାଗର ରହେ ।


ଛନ୍ଦହୀନ ମନ ଲାବଣ୍ୟ ଜୁଆରେ

ଝିରି ଝିରି ଝରି ପଡେ ,

ବିଶ୍ଵାସର ଏଇ ମନ ବୃନ୍ଦାବନ

ଆଶାଟି କେବେ ନ'ଛାଡେ ।


ଶିଶିରର ସମ କ୍ଷଣିକ ଜୀବନ

ଶେଷେ ଭେଟ ଶ୍ମଶାନରେ ,

ଶତ୍ରୁତା, ମିତ୍ରତା ତୋର ମୋର ସବୁ

ଜଳିଯାଏ ଯୁଇପ'ରେ।


ବନ୍ଧୁ, ଜଗବନ୍ଧୁ ବଡ଼ ବନ୍ଧୁ ପରା

କ୍ଷଣ ଭଙ୍ଗୁର ଜୀବନେ ,

ବ୍ରହ୍ମାଣ୍ଡର ଭାର ତାଙ୍କରି କାନ୍ଧରେ

ଶରଣ ଛନ୍ଦା ପୟରେ ।


Rate this content
Log in