Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational Others

4.0  

Pranati Panda

Inspirational Others

ଭାବନା ମଧ୍ୟରେ ମୋ ପ୍ରଭୁ ଥାଏ

ଭାବନା ମଧ୍ୟରେ ମୋ ପ୍ରଭୁ ଥାଏ

1 min
195



ଭଲ, ମନ୍ଦ ସୁଖ , ଦୁଃଖ ନଜାଣଇ

    ସବୁବେଳେ ପ୍ରଭୁ ପାଦକୁ ଛୁଏଁ ,

ସୁଖ, ଦୁଃଖ ଯଦି ତାଙ୍କରି ଭିଆଣ

    କେବଳ ମୁଁ' ପ୍ରଭୁ ମୁଖକୁ ଚାହେଁ ।


ଭାବନା ମଧ୍ୟରେ ମୋ ' ପ୍ରଭୁ ଥାଏ.


ଲୁହ ଦୁଇ ଟୋପା ନିଗାଡ଼ି ଆଖିରୁ

     ତାଙ୍କରି ଶରଣେ ମୁଁ' ରହିଥାଏ ,

ସୁଖ ବେଳେ ଦିଶେ ତାଙ୍କ ହସ ମୁଖ

     ଦୁଃଖରେ ଉଦାସ ସେ ' ଦିଶୁଥାଏ ।


ଭାବନା ମଧ୍ୟରେ ମୋ ' ପ୍ରଭୁ ଥାଏ.


ଅନ୍ଧ ଦୁନିଆଁର ଅନ୍ଧୁଣୀଟିଏ ମୁଁ '

      ଭାବ ଦୁନିଆଁରେ ମୁଁ ' ଭାସିଯାଏ ,

ଆଖିର ଲୁହରେ କଳ୍ପନା ଜୁଆରେ

       ସ୍ୱରୁପକୁ ତାଙ୍କ ନିହାରି ଥାଏ ।


ଭାବନା ମଧ୍ୟରେ ମୋ ' ପ୍ରଭୁ ଥାଏ.


ଭକ୍ତି ନାହିଁ ମୋର ଭାବର ଠାକୁର

      ଶରଣରେ ହାତ ମୁଁ ' ଟେକିଦିଏ ,

ଆଶ୍ରିତା ଶର୍ବରୀ ତୁମକୁ ହିଁ ' ସ୍ମରି

       ତୁମ ଦିଆ ଦାନ ସମର୍ପି ଦିଏ ।


ଭାବନା ମଧ୍ୟରେ ମୋ ' ପ୍ରଭୁ ଥାଏ


 କି ' ଭାବ ପରୋଷି ପ୍ରଭୁ ସଂଖୋଳିବି

     କୋଟି ପ୍ରଣିପାତ ଜଣାଇ ଥାଏ ,

ତୁମ ସୃଷ୍ଟ ସୃଷ୍ଟି ଥାଉ କୃପା ଦୃଷ୍ଟି 

     ଦୟାଳୁ ଠାକୁର ମୋ' ପ୍ରଭୁ ସିଏ ।


ଭାବନା ମଧ୍ୟରେ ମୋ' ପ୍ରଭୁ ଥାଏ

        



            


Rate this content
Log in

Similar oriya poem from Inspirational