Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4  

DILIP KUMAR SAHOO

Children

ଭିଜାମାଟି

ଭିଜାମାଟି

1 min
369


ପହିଲି ବରଷା ପହିଲି ପରସେ

ଭିଜାମାଟି ଭାରି ବାସେ

ପୁଲକିତ ହୁଏ ଦିଗ ଚଉଦିଗ

କୀଟ ତରୁଲତା ହସେ ।

ମୁହଁ କୁ ଲୁଚେଇ ଘାସ, ଦୁବଘାସ

ପଡିଥାନ୍ତି ସବୁ ଶୋଇ

ଭିଜାମାଟି ବାସ ଚହଟଇ ଯେବେ

ଉଠନ୍ତି ସେମାନେ ଚେଇଁ ।

ଭିଜାମାଟି ବାସ୍ନା ଭାଙ୍ଗିଦିଏ ସତେ

ବେଙ୍ଗୁଲି ରାଣୀର ନିଦ

ବରଷା ପାଣିରେ ଭିଜିବା ପାଇଁକି

ପଦାକୁ କାଢେ ସେ ପାଦ ।

କଙ୍କଡା ବିଛା ତ ଲୁଚି ରହିଥାନ୍ତି

ଜାକିଜୁକି ହୋଇ କାହିଁ

ବାହାରି ଆସନ୍ତି ପଦାକୁ ସେମାନେ

ଭିଜାମାଟି ବାସ୍ନା ପାଇ ।

ଭିଜାମାଟି ବାସ୍ନା ମନ ଖୁସି କରେ

ଲାଗେ ଭାରି ଡର ପୁଣି 

ସାପ ବିଛା ସବୁ ସାଲୁବାଲୁ ହୋଇ

ଦେଖାନ୍ତି ତାଙ୍କର ଠାଣି ।

ତାଙ୍କ ଉପରେତ ପାଦ ପଡିଗଲେ

ମାରି ଦେବେ ସିଏ ଚୋଟ

ହୁସିଆର ଯଦି ନହୋଇବ ତେବେ

ଭିଜାମାଟି ଦେବ କଷ୍ଟ ।


Rate this content
Log in

Similar oriya poem from Children