ଭିର୍ଚୁଆଲ ମ୍ୟାରେଜ
ଭିର୍ଚୁଆଲ ମ୍ୟାରେଜ
ଫେସବୁକ୍ ରେ ସୁନ୍ଦରୀ ଟେ ଦେଖି
ପଠେଇଲି ରିିିକ୍ୟୁଏଷ୍ଟ
ନବନୀତ ବାଳା ସରମେ ପଖଳା
କରିନେଲା ଏସେପ୍ଟ ।
ଖୁସି ରେ ପାଦ ମୋ ତଳେ ଲାଗିଲାନି
ଉଡିଲି ସପନ ରେ
ଚାଟିିଂ ଚାଲିଲା ରାତି ଅଧ ଯାଏଁ
କିସ୍ ହଗ୍ ଇମୋଜି ରେ ।
ହ୍ବାଟ୍ସଅପ୍ ର ଭିଡିିିଓ କଲ୍ ରେ
ବିତୁଥିଲା ଦିନରାତି
କହିଲା ପ୍ରିୟା ମୋ ଦଣ୍ଡେ ଛାଡି ମୋତେ
ପାରିବନି ଆଉ ବଂଚି ।
କହିଲି ରୁପସୀ ! ଏଇ ଫଗୁଣରେ
ନେଇଯିବା ସାତ ଫେର
ସାତ ଜନମକୁୁ ସାଥି ହୋଇ ଆମେ
ଖୁସି ରେ କରିବା ଘର ।
ସାତ ଦୀପ ମାଡି ସବାରି ରେ ଚଢି
ମୋ ପ୍ରିୟା ସାଜିଲା ବଧୂ
ସବୁ ତିଥି ଏବେ ତୋଫା ଜହ୍ନ ରାତି
ଦିନରେ ବରଷେ ମଧୁ ।
ଦିନ କେଇଟାରେ ଫଗୁଣ ଫେରିଲା
ମଧୁରାତି ଗଲା ସରି
ଅଚାନକ ଦିନେ ସୁନ୍ଦରୀ ଫେରାର
ଆଉ କା' ସାଥେ ଅନଲାଇନ୍ ପ୍ରେମ କରି ।