Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kamal kumar dash

Romance

3  

kamal kumar dash

Romance

ଭଲ ପାଅ ବୋଲି ମୋତେ

ଭଲ ପାଅ ବୋଲି ମୋତେ

1 min
215


  ଭଲ ପାଅ ବୋଲି ମୋତେ 

କହିଥିଲେ ଥରେ  ଜାଣି ଥାନ୍ତି ସିନା 

   ଭଲ ପାଅ ବୋଲି ମୋତେ 

କେମେତି ବୁଝିବି   ତୁମ ମନ କଥା 

   ପ୍ରଥମ ପ୍ରେମର ପଥେ । (୧)

ଅନୁଭୂତି ମୋର  କେବେବି ନଥିଲା 

   ଆଖି ପଢି ବୁଝିବାର 

ଯାହା ଅନୁଭୂତି     ତୁମଠୁ ଶିଖିଛି 

    ସବୁ ତୁମରି ପ୍ରୀତିର । (୨)

ମନ ଖୋଜେ ତୁମେ   କିଛି କହିବାକୁ 

      ଅନେକ ଦିନର ପରେ 

ଗଲା ଦିନ କଥା   ସେ ପୁରୁଣା ସ୍ମୃତି 

    ଆଜି ବି ତୁମକୁ ଝୁରେ । (୩)

ଜାଣିଛି କେବେ ବି  ଫେରିବନି ତୁମେ 

    ଜୀବନ ପଥରେ ମୋର 

ତଥାପି ଭୁଲିନି   ଭୁଲି ପାରିବିନି 

    ସାଥି ମତେ କ୍ଷମାକର । (୪)



Rate this content
Log in