ଭୁଲି ପାରୁନି ସପନ ମୋହକୁ
ଭୁଲି ପାରୁନି ସପନ ମୋହକୁ
ଦିନେ ସପନରେ ସିଏ ଆସିଲା
ଆସି ଗେଲରେ ପାଖରେ ବସିଲା |
ବସି ମିଠା ମିଠା କଥା କହିଲା
କହି ମନକୁ ମୋହର ମୋହିଲା |
ମହୀ ମଣ୍ଡନା କର ପରଶରେ
ସରିଗଲି ମୁଁ ଅନଙ୍ଗ ବାଣରେ |
କେତେ ଭାବ ରସ ଥଟ୍ଟା ମଜାରେ
ଦୁହେଁ ପଡ଼ିଗଲୁ ପ୍ରେମ କବ୍ଜାରେ |
ପ୍ରାଣ ପ୍ରଣୟିନୀ ହେଲି ତୁମର
କହି କରକୁ ଧରିଲା ଜବର |
ଧିରେ ଆଉଜୁ କୋଳକୁ ଵହନ
ଗାଢ଼େ ଆଲିଙ୍ଗନେ ଦେଲି ଚୁମ୍ବନ |
ପାତିଦେଲା ଅଙ୍ଗ ବଲ୍ଲୀ ସଜନୀ
କାମରସେ ବିତିଯାଏ ରଜନୀ |
କବାଟରେ କିଏ ଧକା ମାରିଲା
ଶବ୍ଦ ଶୁଣି ମୋ ସପନ ଭାଜିଲା |
ସେହି ସ୍ୱପ୍ନ ସ୍ମୃତି ସତ ଲାଗିଲା
ପ୍ରାଣ ପ୍ରିୟା ମୁଖଛବି ନାଚିଲା ।
ସେହି ପ୍ରିୟା ଆଉ କେହି ନୁହଁନ୍ତ
ସହପାଠିନୀ ସୁନନ୍ଦା ରାଉତ |
ଦିନେ ସୁଯୋଗ ପାଇଲି ଏକାନ୍ତ
ଖୋଲି କହିଲି ସପନ ବୃତ୍ତାନ୍ତ |
ଲାଜେ ବଦନ ତଳକୁ ପୋତିଲା
ମୁହଁ ଫଣ ଫଣ କରି ଚାଲିଲା |
ଆଉ ଚାହୁଁ ନାହିଁ ମୋର ମୁହଁକୁ
ମୁଁ ବି ଭୁଲୁନି ସପନ ମୋହକୁ |