Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ବୀରତ୍ୱର ଇତିହାସ ଯାର

ବୀରତ୍ୱର ଇତିହାସ ଯାର

1 min
293



          ( ରାଗ:- ବଙ୍ଗଳା ଶ୍ରୀ )


ହେବୀରପାଇକ ଖଣ୍ଡାୟତକ୍ଷେତ୍ରୀ

ଧନ୍ୟ ତୁମ ପରାକ୍ରମ

ପାଇକବିଦ୍ରୋହ ବ୍ରିଟିଶ ବିରୁଦ୍ଧେ

ରାଷ୍ଟ୍ର ହିତେ କାର୍ଯ୍ୟକର୍ମ !!


ଜ୍ବାଳା ପରାଧୀନ ପାରିଲୁନି ସହି

ଧରିଲୁ ଖଣ୍ଡା ହସ୍ତରେ

ଧରି ଧନୁର୍ବାଣ ଇଂରେଜ ବିରୁଦ୍ଧେ

ଠିଆ ତୁ ଯୁଦ୍ଧ କ୍ଷେତ୍ରରେ !!


ପାଇକ ବିଦ୍ରୋହ ପ୍ରଥମ ସଂଗ୍ରାମ

ଖଣ୍ଡାୟତ କ୍ଷେତ୍ରୀଙ୍କର

ଜନନୀ ରୋଦନ ବୀର କି ସହିବ 

ପାଇକ ବିଦ୍ରୋହ ଯାର !!


ଯୁଗ ଯୁଗ ଯାର ଅଛି ବଳିଦାନ

ଶାସ୍ତ୍ର କରେ ପ୍ରମାଣିତ

ବ୍ରିଟିଶବିରୁଦ୍ଧେ ଜୀବନକୁ ଦେଲା 

ବୀର ଯେ ବାଜି ରାଉତ !!


ବୀରତ୍ୱରେ ଭରା ସଂସ୍କୃତିସଂସ୍କାର 

ଅଟେ ପରା ଖଣ୍ଡାୟତ

ନ ଦେଲା ସମ୍ମାନ ପବିତ୍ର ଭାରତ

ଶାସନର ଷଡ଼ଯନ୍ତ୍ର !!


ତୋଷାମଦିଆରେ ନାହିଁପ୍ରେମପ୍ରତି

କୀର୍ତ୍ତି ଗୁଞ୍ଜେ ଯୁଗ ଯୁଗ

ବୀରତ୍ୱ ସାହାସ ଅନ୍ତର୍ଗତେ ଯାର

ଅନ୍ୟାୟ ବିରୁଦ୍ଧେ ଆଗ !!


ସତ୍ୟ ଅହିଂସାର ମନ୍ତ୍ର କଣେ କଣେ

ବୀର ତ୍ୟାଗ ପ୍ରତିମୂର୍ତ୍ତି 

ଦେଶ ଶତ୍ରୁ ପାଇଁ କାଳ ଖଣ୍ଡାୟତ 

ରାଷ୍ଟ୍ରହିତେକାର୍ଯ୍ୟପ୍ରୀତି !!


ଖଣ୍ଡାୟତ କ୍ଷେତ୍ରୀ ଏକତ୍ରିତ ହୁଅ

ଶତ୍ରୁ ପଢ଼ନ୍ତି ଦେଶରେ

ଧରି ଜ୍ଞାନ ଖଣ୍ଡା ଜ୍ଞାନ ଧନୁର୍ବାଣ

କର ବିନାଶ ତାଙ୍କୁ ରେ !!


ନୂଆ ଏ ଭାରତ ନୂତନ ଉମଙ୍ଗ

ଆସିଛି ଅମୃତ କାଳ

ଜାଗ୍ରତ ହୁଅହେ ଜନନୀ ଡାକୁଛି 

ଦେଖି ଶତ୍ରୁ କୋଳାହଳ !!


ଭ୍ରଷ୍ଟାଚାରୀଙ୍କର କାଳ ହୁଅ ଏବେ

ଦୂର କର ଅତ୍ୟାଚାର

ଦୂର କର ରାଷ୍ଟ୍ରୁ ନାରୀ ନିର୍ଯାତନା 

ଜାତିବାଦ କୁସଂସ୍କାର !!




Rate this content
Log in

Similar oriya poem from Abstract