Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ବିରାଟ ନୀରବତା

ବିରାଟ ନୀରବତା

1 min
174



ନାମ ନୁହେଁ ଏକ ଅମୋଘ ଅସ୍ତ୍ର

ଜାଣିଛି ସନ୍ତାନ ପାଇଁ,

ବଡ଼ ହୀନିମାନି ପାଇନି ପରଶ

ଭାବିଲେ ଲୁହ ବହଇ,

ଆଉ କି ପାଇବି ମୁହିଁ

ଜନମ କାଳରୁ ସେହି ଅଭାବକୁ

ଭାବି କାନ୍ଦି ଝୁରୁଥାଇ।


ଅଦେଖା ପରଶ ଦିଅନ୍ତେ କି ଥରେ

ବାପା ରୂପ ନେଇ କିଏ,

କହନ୍ତେ ମୋତେ ସେ ମୁଁ ତୋର ଜନକ

ଶିରେ ଦେବେ ଚୁମାଟିଏ,

ତାଙ୍କ ପରି ହେବ କିଏ

ଜୀବନର ପ୍ରତି ମୂହୁର୍ତ୍ତରେ ଖୋଜେ 

ଅଭାବେ କୁହୁଳୁ ଥାଏ।


ବାପା ଭଳି ଯେଉଁ ମହନୀୟ ଶବ୍ଦ

ଡାକିନି କେବେ କାହାକୁ,

ନିଷ୍ଠୁର ନିୟତି ନେଇଛି ମୋ ବାପା

ଦେଇଛି ଦୁଃଖ ଆମକୁ,

ମନକଥା ହେଜି ସଦା

ହେ ଜଗତପିତା କହୁଛି ଏଭଳି

ଦୁଃଖ ଦିଅନି କାହାକୁ।


ବାବା ତୁମକୁ କୋଟି ଜୁହାର 

କରେ ସଦା ତୁମ ଝିଅ,

ଦୂରେ ଥାଇ ଆଶୀର୍ବାଦ ଢାଳିଦିଅ

ମାଆ ସୁଖେ ରହୁ ନିତ୍ୟ,

ଅଦୃଶ୍ୟେ ବି ଦେଖାଦିଅ

ତୁମ ଆବର୍ତ୍ତମାନରେ ଲୁଚେଇ ସେ

ଝରାଏ ଲୋତକ ସୁଅ।


Rate this content
Log in