Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Asa Gapa Suniba Both Hindi and odia

Others

3  

Asa Gapa Suniba Both Hindi and odia

Others

ବୋଉ

ବୋଉ

1 min
177


ଆଜି ତୋର ପୂଣ୍ୟ ଶ୍ରାଦ୍ଧ ଦିବସ

     ଶ୍ରଦ୍ଧାରେ ଡାକଇ ତୋତେ

ଆ ବୋଉ ତୋର ସରଗୁ ଓହ୍ଲାଇ

     ଆଶୀର୍ବାଦ କର ମୋତେ।


କି ଗୁଣ ଗାଇବି କି କଥା କହିବି

      ସବୁ କଥା ମନେ ଅଛି

ଶିଶୁ ଅବସ୍ଥାରୁ ବୃଦ୍ଧ ପର୍ଯ୍ୟନ୍ତ

      ତୋର କୋଳେ ବିତାଇଛି ।


ଦିନେ ହେଲେ ମୋତେ ଦଣ୍ଡ ତ ଦେଇନୁ

      ଆକଟ କରିନୁ କେବେ

ଶିକ୍ଷା ଓ ସଂସ୍କାର ଦେଇଅଛୁ ବୋଉ

      ଅଂଗେ ଅଂଗେ ଅନୁଭବେ ।


ସ୍ବଚ୍ଛ ଶରୀର ଓ ସ୍ବଚ୍ଛ ପରିବେଶ

      ତୋହର ସେ ନୀତିବାଣି

ପୃଥିବୀ ବକ୍ଷରେ କରୋନା ଭୟରେ

      ଆଜି ଜନତା ନେଇଛି କିଣି ।


ଭବିଷ୍ୟତ ଜ୍ଞାତା ଭବିଷ୍ୟତ ଦ୍ରଷ୍ଟା

       ମମତାମୟି ଗୋ ମାତା

ତୋର ଆଦର୍ଶରେ ଅନୁପ୍ରାଣିତ ମୁଁ

       କୁନି ପୁଅ କହେ କଥା ।


ତୋର କର୍ମନିଷ୍ଠା କର୍ମ ତତ୍ପରତା

       ବନ୍ଧୁ ପରିଜନେ ସ୍ନେହ

ସ୍ମୃତି ପଟଳରେ ଜାଗି ଉଠିଅଛି

      ହୃଦୟ ମଧ୍ୟରେ କୋହ।


Rate this content
Log in