ବର୍ଣ୍ଣାଳି
ବର୍ଣ୍ଣାଳି
ଝିପି ଝିପି ବରଷାରେ
ଚିକ୍ ମିକ୍ ଖରା ଝରେ
ପଶ୍ଚିମ ଆକାଶ ତୋରା
ସାତରଂଗ ବର୍ଣ୍ଣାଳି ଆଭାରେ
ପ୍ରକୃତିର କି ବୈଚିତ୍ର
ସାତରଂଗେ ସଜା ତ
ତା ଅପରୂପ ସୌନ୍ଦର୍ଯ୍ଯ
କରିଥାଏ ଚକିତ
ଜୀବନ ବି ସାତରଂଗେ
ଗଢା ସେ ବର୍ଣ୍ଣାଳିରେ
କେବେ ଦୁଃଖ କେବେ ସୁଖ
କେବେ ହସ କେବେ କାନ୍ଦ
କେବେ ଝରେ ଲୁହ
ପୁଣି କେବେ ଲହୁ
ଜୀବନ ଜୀଇଁ ଶିଖିଲେ
ଜୀବନ ବି ସୁନ୍ଦର ଲାଗେ
ଦୁଃଖରେ ବି ବିଛୁଡି ପଡେ
ବର୍ଣ୍ଣାଳିର ବର୍ଣ୍ଣ ଛିଟା
ଲୁହ ପିଇ ଓଠ କହେ
ଜୀବନ ଟା ତୁଚ୍ଛ ନୁହେଁ
ବିଭୁ ଦାନ ପରା ସିଏ
ଲୁହ କୋହ ହସ କାନ୍ଦ
ମିଳନ ବିଚ୍ଛେଦ ବର୍ଣ୍ଣ ଛିଟାରେ
ଜୀବନ ବର୍ଣ୍ଣାଳି ସାଜି
କହେ ଧନ୍ୟ ମହାବାହୁ
ତୁମ ସୃଷ୍ଟି ରକ୍ଷା ହେଉ
ଆତ୍ମ ହତ୍ଯା କରନା କେ ଆଉ।