Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Tripathy

Classics

3  

Saudamini Tripathy

Classics

ବର୍ଷା ରାଣୀ

ବର୍ଷା ରାଣୀ

1 min
219



ବରଷା ରାଣୀ ଲୋ ବରଷା ରାଣୀ 

ମୁଣ୍ଡରେ ଦେଇ ପାଟ ଓଢ଼ଣୀ

କାଖରେ ଧରି କଳସୀ ପାଣି 

ଘଡ଼ ଘଡି ସଙ୍ଗେ ବିଜୁଳି ରାଣୀ 

ବଉଦ ତଳୁ ମୁହଁ ଟି କାଢି 

ଖୁସି ହୋଇ ସେ ଦିଏ ଅଜାଡି l


ଗ୍ରୀଷ୍ମ ଋତୁରେ ଅତି ଗରମ ପରଶ

ବରଷା ଆସି ବରଷି ଚାରି ମାସ 

ବର୍ଷା ଆସି ସବୁରି ମୁହଁରେ ହସ 

ଶସ୍ୟ ବୁଣି କ୍ଷେତେ ଆରମ୍ଭ ଚାଷ ll

ନୂଆ ଭିନ୍ନ ପନି ପରିବା ଚାଷ 

ଧାନ କ୍ଷେତେ ଚଷା ଭାଇର ହସ 

ଆନନ୍ଦେ ଗାଇ ଗୀତ କରଇ ଚାଷ 

ଆଷାଢ଼ ଶ୍ରାବଣ ତଳି ପକା ରୁଆ ଶେଷ l

ଭାଦ୍ରବରେ ବଛା ବାଳୁଙ୍ଗା ବିଡ଼ା 

ବନ୍ଧ ବାଡ ଦେଖା ରଖା ସଜଡା 

ହିଡ ବାଡ଼ ସବୁ ଦେଖି କରି ସଜାଡି 

ବରଷା ପାଣିରେ ଜମି ନ ଯାଉ ବୁଡି ll

ଧୋଇ ଗଲେ ତଳି ଧାନ ବେଉସା 

ନୂଆ ରୋଇ ତଳି ପକାଇ ଠେସା 

ସାର କୀଟ ମରା ଦେଇ ଧାନରେ 

ଧାନ ଖେଳି ସବୁଜ ଲହରୀରେ 

ଛାତି କୁଣ୍ଢେ ମୋଟ ଚଷା ଭାଇର 

ମନ ଭରେ ଦେଖି ଫସଲ ସୁନ୍ଦର ll


ଚାରି ମାସେ ପରେ ଆଶ୍ୱିନ କାର୍ତ୍ତିକ 

ଧାନ କ୍ଷେତ ଦେଖି ମନରେ ସୁଖ 

ମାର୍ଗଶିରେ ଧାନ କେଣ୍ଡା ପାଚଇ

ଖୁସିରେ ଧାନ କାଟି ଖଳାକୁ ନେଇ 

ଅମଳ କରି ଧାନ ଘରେ ଭରଇ

ମାର୍ଗଶୀରେ ଲକ୍ଷ୍ମୀ ପୂଜନ କରେ 

ଖୁସିରେ ଧାନ ବସ୍ତା ଭରଇ ଘରେ l

ବରଷା କାଳ ଅଟଇ ମଙ୍ଗଳ କାରି 

ପାଳଇ ପରଜା ବରଷି ବାରି 

ନୂଆ ଆଶା ନୂଆ ଭରସା ନେଇ 

ପୃଥିବୀ ସବୁଜ ରଙ୍ଗେ ସଜାଇ 

ବରଷା ଆସିଲେ ସଭିଏଁ ଖୁସି 

ସାରୁଗଛ ମୂଳେ ବେଙ୍ଗୁଲୀ ବସି ll

ହୁଳହୁଳି ଦେଇ କେଁ କଟରେ 

ମୟୁର ନାଚେ ମେଘ ଦେଖି ନଭରେ 

ବରଷା ରାଣୀର ଆସିବା ଖୁସି 

ପରବ ଓଷା ସବୁ ଆସଇ ମିଶି 

ଖୁଦୁରୁକୁଣି ବୁଧେଇ ଦ୍ଵିତୀୟା ଓଷା 

ରାକ୍ଷୀ ବନ୍ଧନ ସାତପୁରୀ ଅମାବାସ୍ୟା 

ଗଣେଶ ପୂଜା କୃଷ୍ଣ ଜନ୍ମାଷ୍ଟମୀ 

ପାଳି ସରବେ ଖୁସି ହୋଇ ଶୁଭକାମି l

ଋତୁଚକ୍ର ଆସି ଏକ ପରେ ଏକ 

ପୃଥିବୀ ଭାରସାମ୍ୟ ବଞ୍ଚାଇ ପ୍ରତ୍ୟେକ 

ଗ୍ରୀଷ୍ମ ପରେ ବର୍ଷା ଶରତ ହେମନ୍ତ 

ଶୀତ ବସନ୍ତ ପର୍ବ ଧରି ସମସ୍ତ 

ଚାରି ଋତୁ ମୁଖ୍ୟତଃ ଅନୁଭବ ହୁଏ 

ଗ୍ରୀଷ୍ମ ବର୍ଷା ଶୀତ ବସନ୍ତ ଜଣାଯାଏ l


Rate this content
Log in