Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Romance

3  

Satyabati Swain

Romance

ଚାତକ

ଚାତକ

1 min
244


ତୁମକୁ ଭାବନା ଓଢଣୀ ତଳେ

ଜୀବନ ମୋ ବନ୍ଧା ପଡିଛି

ମୋ ସ୍ୱପ୍ନ ଆଶା କାନିରେ ତୁମ

ଗଣ୍ଠି ହୋଇ ଝୁଲୁଅଛି।


ତୁମକୁ ଛାଡି ବଞ୍ଚିବା ମୋର

ଅସହ୍ୟ ଯନ୍ତ୍ରଣା ଦେଉଛି

ତୁମକୁ ନେଇ ବଢିବା ପାଇଁ

ସବୁ ରାସ୍ତା ବନ୍ଦ ହୋଇଛି।


ସମତଳ ପରେ ବିନ୍ଦୁଟିଏ ମୁଁ ଯେ

ସ୍ଥିତି ଅସ୍ତିତ୍ବ ହରାଇଛି

ଜୀବନର ମାନେ କିଛି ନାହିଁ ମୋର

କେବଳ ଶୁନ୍ୟତା ଭରିଛି।


ବଢ଼ଇ ବୟସ ଦିନୁ ଦିନୁ ମୋର

ନିଃସଙ୍ଗତାକୁ ସଙ୍ଗକରିଛି

ଚାତକ ପରି ବରଷା କୁ ଚାହିଁ

ତୃଷିତ ହୃଦୟେ ଝୁରୁଛି।



Rate this content
Log in