ଦେଲି ଅଉଷଧ ଆଣି
ଦେଲି ଅଉଷଧ ଆଣି
ବାପା ଯେବେ ଥିଲେ ଦୂର ବିଦେଶରେ
ଅସୁସ୍ଥ ହୋଇଲା ମାଆ ,
ଅଚାନକ ପାଟି ଖନି ମାରିଗଲା
ନ ଥିଲେ କେ ପାଶେ ସାହା
ବୟସ ସେବେଳେ ନ ଥିଲା ତ ବେଶୀ
ତଥାପି ମୁଁ ଧୈର୍ଯ୍ୟ ଧରି ,
ଚିହ୍ନା ଡାକ୍ତରଙ୍କୁ ଫୋନ ଲଗାଇଲି
ଠାକୁରଙ୍କୁ ମନେ ସ୍ମରି
ଲକ୍ଷଣ ଯା' ସବୁ ପ୍ରକାଶ ପାଉଛି
ଗୋଟି ଗୋଟି ଗଲି କହି ,
ଡାକ୍ତର କହିଲେ-ଔଷଧର ନାମ
ଏ ପାଖେ ଲେଖିଲି ମୁହିଁ
ମାତ୍ରା ସେବନର ବିଧି ବତାଇଲେ
ଦେଲି ଅଉଷଧ ଆଣି ,
ଦୁଇଟା ଦିନରେ ସୁସ୍ଥ ହୋଇ ମାଆ
କାମ ଧାମ କଲା ପୁଣି
ବାପା ଫେରି ଯେବେ ଏ କଥା ଜାଣିଲେ
କହିଲେ-"ଉତ୍ତମ କାର୍ଯ୍ୟ ,
ବିପଦ ବେଳରେ କେବେହେଲେ ତୁମେ
ହରାଇବ ନାହିଁ ଧୈର୍ଯ୍ୟ
ସେ ବେଳେ କଅଣ କରିବା ଉଚିତ
ସେ କଥା ଭାବିବ ଆଗ ,
ଧୈର୍ଯ୍ୟ ହରାଇଲେ ସାନ ସମସ୍ୟା ବି
ଭାରୀ-ହୋଇ ଡରାଇବ
ମୁଁ କହିଲି-"ତାହା ଶିଖିଛି ତୁମଠୁ
ତେଣୁ ଯେ ବିବ୍ରତ ନୋହି ,
ଏହି ସମସ୍ୟାକୁ ସାମନା କରିଲି
ସାହା ହେଲେ ପୁଣି ବିହି