Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Classics

3  

Manorama Mohanty

Classics

ଦିଗହଜା ନାଉରୀଟେ ମୁଁ

ଦିଗହଜା ନାଉରୀଟେ ମୁଁ

1 min
190



ଦିଗହଜା ନାଉରୀ ଟେ ମୁଁ ଏ ସଂସାରେ 

ମେଲି ଦେଇଛି ମୋ ଦଦରା ନାଆକୁ

ଜାଣେନା କୂଳରେ ଲାଗିବ କି ନାହିଁ

 ବିଶ୍ୱାସେ ଧରିଛି ତୋର ନାଆଁ କୁ |


କରିଥିବା କର୍ମ ଫଳ ଭୋଗୁଅଛି

 ତୁମ କୁ କାହିଁକି ଦୋଷ ମୁଁ ଦେବି

ତୁମେ ଦେଇଥିଲେ ମୁଁ ତରି ଥାନ୍ତି

କାହିଁକି କହି ମୁଁ ପାପ କରିବି |


ଦାରୁଣ ହୃଦୟ ତୁମରି ପ୍ରଭୁ ହେ 

 ଦେଇଛ ଯାତନା ମୋରକପାଳରେ 

ସହିବାକୁ ହେବ ଜାଣି ମୁଁ ଗଲିଣ 

 ଖାଲି ଟିକେ ଶକ୍ତିଦିଅହେ ଠାକୁରେ!


ମୋ ଠାରୁ ଅଧିକ ଜଣେ ଦୀନଜନ

 କିଏକାହିଁ ଅଛି ଏ ସାରା ଭୁବନ 

 କରି ନାହିଁ ସେବା ପିତାମାତଙ୍କର

 ଦେଇନାହିଁ ଶାନ୍ତି ଜୀବନେ କାହାର |


ମୂଢ଼ ପଣେ ଦୁଃଖ ଦେଇଛି ଅନେକ 

କାହାକୁ କେବେ ବି ଦେଇନାହିଁ ସୁଖ 

କରିଥିବା କର୍ମ ଦେଉଅଛି ଦୁଃଖ 

 ଭୋଗିବାକୁ କିଆଁ ହେବି ମୁଁ ବିମୂଖ |


ଜୀବନେ ପଥରେ ବିଛାଇଲେ କଣ୍ଟା

 ଚାଲିଯିବି ଭାବି ତୁମ କରୁଣାର ଛିଟା 

ଯାତନା ତୁମରି ଅମୃତ ର ଧାର

 ଝରାଅ ହେ ପ୍ରଭୁ ମୋ ସୁପ୍ତ ପ୍ରାଣର |


ଦିଗହଜା ନାଉରୀ ବାପୁଡ଼ାଟେ ମୁଁ

ଦୟାବହି ମୋତେ ଲଗାଅ କୂଳରେ

ତୁମ ପଦାଗ୍ରତେ ଏତିକି ଵିନତୀ

ଆନମନା ମୋତେ କରନି ଠାକୁରେ ।



Rate this content
Log in

Similar oriya poem from Classics