ଦୁଃଖ
ଦୁଃଖ
ମଣିଷ କେବେ ଚାହେଁନି ଦୁଃଖ
ତଥାପି କାହିଁକି ଆସେ ଦୁଃଖ
କେବେ କିଏ ଶତ୍ରୁ ସାଜି ଦୁଃଖ ଦେଇ ଯାଏ
କେବେ କିଏ ନିଜର ହୋଇ ଦୁଃଖ ଦରିୟାରେ ଭସାଇ ଦିଏ
ଦୁଃଖ ଏକ ଅନ୍ଧକାର ରାତି ଟିଏ
ଦୁଃଖ ଏକ ଅସରନ୍ତି କଥା ଟିଏ
ଦୁଃଖ ଆସେ କେତେ ଲୁହ ଦେଇଯାଏ
ସେ କଥା କହି ହୁଏ ନାହିଁ
ଦୁଃଖ ଆସେ ମନକୁ ଭାରାକ୍ରାନ୍ତ କରିଯାଏ
ଶାନ୍ତି ଟିକେ ମିଳେ ନାହିଁ ବଞ୍ଚିବା ପାଇଁ
ଦୁଃଖ ଏକ ଅଜଣା ରାସ୍ତା ଟିଏ
ଦୁଃଖ ଏକ ଯନ୍ତ୍ରଣାର ଜୁଇ ଟିଏ
ଦୁଃଖ ଜାଳୁଥାଏ ପ୍ରତିମୁହୂର୍ତ୍ତ ପାଖେ ପାଖେ ରହି
ଦୁଃଖ ଭାରି କଷ୍ଟ ଦିଏ ଯେତେ ଗଲେ ସହି
ଜଣେ ନା ଦୁଃଖ କାହିଁକି ଆସେ ଜୀବନରେ
ମଣିଷ ନ ଚାହିଁଲେବି ଜଳୁଥାଏ ଦୁଃଖର ନିଆଁରେ ।