Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଏଇ ଜୀବନଟା ଗୋଟେ ବୁଝାମଣା

ଏଇ ଜୀବନଟା ଗୋଟେ ବୁଝାମଣା

1 min
5



ଭ୍ରମି ଇତଃସ୍ତତ ମଧୁର ନିର୍ଯ୍ୟାସ 

ଖୋଜେ ମନ ପ୍ରଜାପତି

ନିଃଶେଷ ଆଲୋକ ପକ୍ଷ ମୋ ଅବଶ

ଲୋଡଇ ବିଶ୍ରାମ ଶାନ୍ତି ।

ଦେଖି ରଙ୍ଗ ବାସ ପୁଷ୍ପଟିଏ ଭାବି

ପ୍ରାଣ ହେଲା ବିମୋହିତ

ତୀକ୍ଷ୍ଣ କଣ୍ଟକରେ କ୍ଷତାକ୍ତ ହୃଦୟ 

ଝରେ ଅବିରତ ରକ୍ତ ।

ମାୟା ମରୀଚିକା ଏ ଭବ ସଂସାର 

ଜୀବନ ପାଣି ଫୋଟକା

ପ୍ରାଣଠୁ ଅଧିକ ଆପଣାର ଯିଏ 

ଦିଏ ବେଶୀ ଦୁଃଖ ଧୋକା ।

ବଞ୍ଚିବାକୁ ଆଶା ପୋଷିଲେ ମନରେ

ଜୀବନ ଯାଏ ଦୂରେଇ 

ମରିପାରେ ନାହିଁ ଚାହିଁଲେ ମଣିଷ

ଜୀଇରହେ ବାଧ୍ଯ ହୋଇ ।

ଅନ୍ତହୀନ ଏଠି ଅନ୍ତର ବେଦନା

ମିଥ୍ଯା ଛଳ ପ୍ରବଞ୍ଚନା

ଏଇ ଜୀବନଟା ଗୋଟେ ବୁଝାମଣା

ଠିକଣା ବି ବାଟବଣା ।

   



Rate this content
Log in

Similar oriya poem from Tragedy