Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଗାନ୍ଧୀ ହେ ତୁମେ

ଗାନ୍ଧୀ ହେ ତୁମେ

1 min
369



ଗାନ୍ଧୀ ହେ ଚୁମେ ଆମ ଭାରତର

ଘରେ ଘରେ ପରିଚିତ ।

ଏ ଦେଶ ମାଟିରେ ଗାନ୍ଧୀ ହେ ତୁମେ

ମହାତ୍ମା ନାମରେ ଖ୍ୟାତ।

ସତ୍ଯ ଅହିଂସା ତରବାରୀ ତୁମ

ହିଂସା ନାହାନ୍ତି ଜାଣି ।

ଗାନ୍ଧୀ ହେ ତୁମେ କୋଟି ଜନତାର

ହୃଦୟ ପାରିଛ ଜିଣି ।

ଶାନ୍ତି ମୈତ୍ରୀ ବାରତା ବଳରେ

ଫିରିଙ୍ଗି ହୃଦୟ ଜିଣି ।

ଅସହଯୋଗର ଆନ୍ଦୋଳନ କଲ

ସ୍ବାଧୀନତା ଦେଲ ଆଣି ।

ସାବରମତୀର ଆଶ୍ରମ ତୁମ

ଜଳାଇଲା ଯେଉଁ ଜ୍ୟୋତି ।

ଊଦ୍ବୁୁଦ୍ଧ ହେଲେ ଜନତା ତହିଁରେ

ବଢିଲା ତାହାର ଦୀପ୍ତି  ।

କୁଟି ଖାଅ ଆଉ କାଟି ପିନ୍ଧ ତୁମ

ସ୍ୱଦେଶୀ ଡାକରା ପାଇ ।

ଜାଗ୍ରତ ହେଲେ ଦେଶବାସୀ ଆମ

ସ୍ବାଧୀନତା ଲାଭ ପାଇଁ  ।

ତୁମ ଦର୍ଶନ ସାରା ଦୁନିଆକୁ

ଆଲୋକ ଦେଖାଇ ଦେଲା ।

ଗାନ୍ଧୀ ହେ ତୁମେ ଆଶାର ଆଲୋକ

ତୁମର ହୃଦୟ ଖୋଲା  ।

ଜୟନ୍ତୀରେ ତୁମେ ମନେପଡ଼ ଭାରି

ସାବରମତୀର ସନ୍ଥ ।

ଦେଶ ଦୁନିଆକୁ ଆଲୋକିତ କଲ

ତୁମେ ଅବା ଗୀତା ଗ୍ରନ୍ଥ ।


Rate this content
Log in