Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Inspirational

3  

Manorama Mohanty

Inspirational

ଗୁରୁ ହିଁ ପରମତପଃ

ଗୁରୁ ହିଁ ପରମତପଃ

1 min
304



ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ 

     ଗୁରୁଦେବ ମହେଶ୍ୱର 

ଏ ବାଣୀ ଧ୍ୱନିତ ହୁଏ 

     ହୃଦୟେ ମୋହର ।

ଯାହା ମୁଁ ବୁଝିଛି ତାହା 

     ନୁହଁଇ ଅନ୍ୟଥା 

ଗୁରୁ ସାକ୍ଷାତ ଈଶ୍ୱର 

     ଗୁରୁ ପିତା ମାତା ।

ଗୁରୁ ନାମେ ସୁଧାଝରେ 

     ସିକ୍ତ ହୁଏ ପ୍ରାଣ 

ଗୁରୁ ମୋର ପରଂବ୍ରହ୍ମ 

    ଜ୍ଞାନ ର ଝରଣ ।

ଯାହା ନାମ ଧରି ପଙ୍ଗୁ 

    ଲଙ୍ଘିପାରେ ଗିରି 

ସେହି ପରା ଗୁରୁ ମୋର 

    ପ୍ରାଣ ରକ୍ଷାକାରୀ ।

ଗୁରୁ ମୋର ଅତି ପ୍ରିୟ 

     ବେଶୀ ଆପଣାର 

ତା ହାତ ଆଶୀଷ ଭରା 

     ଜ୍ଞାନ ପାରାବାର ।

ଜଗତ ର ବଡ଼ ସିଏ 

    ଆଉ ସବୁ ତୁଚ୍ଛ 

କଲ୍ୟାଣ କାରକ ସିଏ 

    ତା ମମତା ସ୍ୱଚ୍ଛ ।

ଜୀବନେ ରଖେନି କେବେ 

     ନେବାର ଲାଳସା 

ଖୁସିମନେ ପୁରାଏ ସେ 

    ମୋ ମନର ବାଞ୍ଛା ।

ସେହି ଗୁରୁ ପାଦେ ନମଃ 

     କରୁଛି ସତତ 

ତୁମ ପୂଜା ଦିନ ଆଜି 

    ଘେନ ପ୍ରଣିପାତ ।

ତୁମ ଜ୍ଞାନ ପାରିଜାତ 

    ଫୁଟାଅ ମହୀରେ 

ହିଂସା ଦ୍ୱେଷ ଅଜ୍ଞାନତା 

   ନ ରହୁ କା'ଠାରେ ।

ତୁମ ଅଲୌକିକ ମନ୍ତ୍ର 

    ବାଜୁ ସର୍ବ କର୍ଣ୍ଣେ 

ଉଦ୍ଭାସିତ ହେଉ ପ୍ରାଣ 

    ତୁମ ଜୟ ଗାନେ ।

ମୋର ସମଗ୍ର ଅସ୍ତିତ୍ବ 

   ତୁମ ଦୟାବଳେ 

ପୂଜ୍ୟ ପୂଜା ସମ୍ଭାର କୁ 

    ଥୋଇ ପାଦତଳେ ।

ଅପରୂପ ପ୍ରାଣବନ୍ତ 

   ହେ ଚଳନ୍ତି ଠାକୁର 

ସ୍ନେହ ଅନୁରାଗେ ଘେନ 

   ପାଦ ପୂଜା ମୋର ।



Rate this content
Log in

Similar oriya poem from Inspirational