Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Inspirational Children

4.5  

Prahallad Sahoo

Abstract Inspirational Children

ଗୁରୁ ପଥଦ୍ରଷ୍ଟା, ଉଚ୍ଚମନା

ଗୁରୁ ପଥଦ୍ରଷ୍ଟା, ଉଚ୍ଚମନା

1 min
269



ଆହେ ଗୁରୁଦେବ ..... 

ତୁମେ ମହେଶ୍ବର ତୁମେ ହିଁ ପରମ

ତୁମେ ଜ୍ଞାନ ବୁଦ୍ଧି ଦାତ୍ତା;

ତୁମେ ଅଣାକାର ତୁମେ ହିଁ ଧରମ

ତୁମେ ଜୀବନର ଆସ୍ଥା ।।


ଆହେ ଗୁରୁଦେବ ..... 

ତୁମେ ପୂର୍ଣ୍ଣବ୍ରହ୍ମ ତୁମେ ହିଁ ଆୟୁଧ 

ତୁମେ ଅବଧାନ ମାନ;

ତୁମେ ପୂର୍ଣ୍ଣଯୋଗ ତୁମେ ହିଁ ପୂଣ୍ଯତଃ 

ତୁମେ ମାନ ଅଭିମାନ ।।


ଆହେ ଗୁରୁଦେବ ..... 

ତୁମେ ମହାସିଦ୍ଧ ତୁମେ ହିଁ ପ୍ରବୁଦ୍ଧ 

ତୁମେ ପ୍ରାଣ ପ୍ରୀୟ ମିତ;

ତୁମେ ଗଙ୍ଗାଜଳ ତୁମେ ହିଁ ନିର୍ମଳ

ତୁମେ ଥିଲେ ନାହିଁ ଭୀତ ।।


ଆହେ ଗୁରୁଦେବ ..... 

ତୁମେ ଉଚ୍ଚମନା ତୁମେ ହିଁ ଶିକ୍ଷକ 

ତୁମେ ମୁକ୍ତି ପ୍ରଦାୟକ;

ତୁମେ ଦିବ୍ଯାଲୋକ ତୁମେ ହିଁ ରକ୍ଷକ

ତୁମେ ମାରଗ ଦର୍ଶକ ।।


ଆହେ ଗୁରୁଦେବ ..... 

ତୁମେ ଗରୀୟାନ ତୁମେ ହିଁ ମହାନ

ତୁମେ ପିତା ମାତା ଈଶ;

ତୁମେ ପଥଦ୍ରଷ୍ଟା ତୁମେ ହିଁ ନମନ

ତୁମେ ପରା ଶୁଭାଶିଷ ।।


ଆହେ ଗୁରୁଦେବ ..... 

ତୁମେ ମହୀୟାନ ତୁମେ ହିଁ ମାଧବ

ତୁମେ ନିତ୍ଯ ନିରଞ୍ଜନ;

ତୁମେ ଦିବ୍ଯଜ୍ଞାନୀ ତୁମେ ହିଁ ସାଧକ

ତୁମେ ସତ୍ଯ ଚିରନ୍ତନ ।।


ଆହେ ଗୁରୁଦେବ ..... 

ତୁମେ ନିରାକାର ତୁମେ ହିଁ ଭକତି

ତୁମେ ଶମ ଦମ କ୍ଷମା;

ତୁମେ ନିର୍ବିକାର ତୁମେ ହିଁ ଶକତି

ତୁମେ ସାକ୍ଷାତ ଉପମା ।।


ଆହେ ଗୁରୁଦେବ ..... 

ତୁମେ ଜ୍ଞାନଗଙ୍ଗା ତୁମେ ହିଁ ଚେତନା

ତୁମେ ସୁଖ ସ୍ମିତ ହାସ୍ଯ;

ତୁମେ ସ୍ନେହରଙ୍କା ତୁମେ ହିଁ ଆପଣା

ତୁମେ ସୁଖେ ସ୍ଥିର ସତ୍ଯ ।।



Rate this content
Log in

Similar oriya poem from Abstract