ହାତ ଗଣ୍ଠି
ହାତ ଗଣ୍ଠି
ବର୍ଷକେ ଥରେ
ସେ ଯେବେ ଆସଇ ଚାଲି
ବୟସ ଯେତେ ହେଉନା କାହିଁକି
ମନ
ଲାଜରେ ଯାଏ ଚହଲି
ଝୁମେ ମନେ ପକାଇ ସେଇଦିନ
ସରମରେ ଯେବେ
ରଙ୍ଗ କେ ଦେଇଥିଲା ମୁହେଁ ବୋଳି।
ମନେ ପଡେ ଗୋଟି ଗୋଟି
ପ୍ରଥମ ଦେଖା
ପ୍ରଥମ ଛୁଆଁର ଅନୁଭବ ଥିଲା କେମିତି
ଦୁଇଟି ଆତ୍ମା ଓ ଦେହ
ଯେଉଁ ଦିନ ବାନ୍ଧି ହୋଇଥିଲେ ଟି
ବେଦି ହୋମ ସାକ୍ଷୀ ରଖି
ବିବାହ ବାର୍ଷିକୀ
ପାଳ ବା ନ ପାଳ
ମନେ ପଡି ନିରୁତା ଖୁସି ଦିଏଟି
ସେଇ "ହାତ ଗଣ୍ଠି "ପଡିବା ଦିନ ଟି।