Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta kumar Sahoo

Inspirational

3  

Hemanta kumar Sahoo

Inspirational

ହେ ଶୀତ

ହେ ଶୀତ

1 min
160


    

ହେ ଶୀତ, ମୁଁ ଜାଣିଥିଲି 

ତୁମେ ନିଶ୍ଚୟ ଆସିବ !

ଏକା ଆସିବନି ସାଙ୍ଗରେ ଆଣିବ 

କାକର ଆଉ ଶୀତୁଆ ପାଗକୁ !

ଏଥର କିନ୍ତୁ ଆସିବା ତୁମର 

ହୋଇଗଲା ଡେରି !

ତଥାପି ଅପେକ୍ଷା କରିଛି ମୁଁ 

ଲଭିବି ତୁମର ସାନିଧ୍ୟ !

ପାଇବି ଶୀତ ଭରା ଅପାର ଆନନ୍ଦ

ରାତିରେ ରେଜେଇ ଭିତରେ 

ଉଷୁମ ଟାଣି !

ଶୀତୁଆ ସକାଳରେ ଥୁରୁ ଥୁରୁ 

ହୋଇଯାଏ ଦେହ ମନ 

ହାଲକା ପବନଟା ବାଜିଲେ ଦେହରେ 

ଥରି ଉଠେ ହାଡ଼ ମାଂସର 

ଶରୀରଟା !

ହେଲେ ସକାଳୁ ନିଆଁ ପୁଇଁବାର ମଜା 

ବର୍ଣ୍ଣନା କରି ପାରିବିନି 

ତୋହରି ଆଗରେ !

ହଁ,ମନ ଶାନ୍ତି କରି ଖାଉଛି ମୁଁ 

ସବୁଜ ପରିବା 

ପୁଣି ଶସ୍ତା ଦରରେ !

କେତେ ରାତି କଟାଉଛି 

ଅପେରା ପାଟିରେ ଦେଖି 

ରେକର୍ଡ଼୍ ଡାନ୍ସର ରୋମାଣ୍ଟିକ୍

ନୃତ୍ୟକୁ ପେଣ୍ଡାଲ ଉପରେ !

ଅବଶ୍ୟ ବେଶୀ ହଇରାଣ

ହୋଇଥାନ୍ତି ବୁଢ଼ା ବୁଢୀମାନେ 

ତାଙ୍କର ଚମ ଧୁଡୁ ଧୁଡୁ 

ଦେହରେ ଥରି ଥରି 

ଉଠା ବସା କରିବାପାଇଁ !

କିନ୍ତୁ ମଜାଦାର କରିଦିଅ 

ଯେତିକି ଦିନ ଆସିଥାଅ ତୁମେ !

ତୁମେ ନଆସିଥିଲେ 

ଆଜିକାର ପୁଅ ଝିଅ ମାନେ 

କି ବୟସ୍କ ବ୍ୟକ୍ତି ମାନେ 

ସକାଳୁ ସକାଳୁ 

ରାସ୍ତାରେ ଚାଲିବାର ଦୃଶ୍ୟ

ମିଳନ୍ତା କେଉଠୁ ?

ବହୁତ ବହୁତ ଧନ୍ୟବାଦ ତୁମକୁ !



Rate this content
Log in

Similar oriya poem from Inspirational