Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Others

4  

Jayashree Das

Others

ହୃଦପଲ୍ଲଵ

ହୃଦପଲ୍ଲଵ

1 min
291



ତୋ ହୃଦ ପଲ୍ଲଵ କରିଦେ କାଳିଆ

  ହୃଦୟରେ ଝୁଲୁଥିବି

ଅନ୍ତର ମଧ୍ୟରୁ ପ୍ରୀତିମୟୀ ରାଧା

  ନାମକୁ ମୁଁ ଶୁଣୁଥିବି ।


ନାକେ ନାକଚଣା କରିଦେବୁ ଯଦି

  ଧନ୍ୟ ମୁହିଁ ହୋଇଯିବି

ତୋ କଳା ମୁଖର ଆହୁରି ସୌନ୍ଦର୍ଯ୍ୟ

  ବଢ଼ାଇ ମୁଁ ଦେଉଥିବି ।


କରରେ ନାହିଁବୁ କରପଲ୍ଲଵ ତୁ

  ବାହୁରେ ତୋ ଲାଖିଯିବି

ଅୟୁତ ଯୁଗର ପିପାସା ମୋହର

  ତୋତେ ମୁଁ ଜଡ଼ାଇନେବି ।


ଫୁଲ ରସିଆ ତୁ ଫୁଲହାର ହୋଇ

  ଗଳାରେ ତୋ ଲମ୍ବୀଯିବି

କହିପାରୁ ନାହିଁ ମନ କଥା ମୋର

   ଚୁପି ଚୁପି କହିଦେବି ।


ବାସ ଚନ୍ଦନ ମୁଁ ହୋଇଲେ କାଳିଆ

  ତୋ ସେବାରେ ଲାଗୁଥିବି

ସର୍ବାଙ୍ଗେ ଶୀତଳ ପରଷ ଦେଇ ମୁଁ

  ଶ୍ରମ ଲାଘବ କରିବି ।


ତୁଳସୀ କରିବୁ ଦୟଣା କରିବୁ

  ତୋ ଇଛାକୁ ମାନିନେବି

ଯାହା ତୁ କରିବୁ ପାଖରେ ରଖିବୁ

  ନିତି ତୋତେ ଦେଖୁଥିବି ।


ଶିଳା ଖଣ୍ଡେ ଯଦି କରିବୁ କାଳିଆ

  ବାଇଶି ପାହାଚେ ଥିବି

ଭକତ ତୁଣ୍ଡରୁ ତୋ ନାମ କୀର୍ତ୍ତନ

  ସଦା ମୁହିଁ ଶୁଣୁଥିବି ।


ଦୀପଟିଏ ଯଦି କରିବୁ ଧନରେ

  ତୋ ପାଶରେ ଜଳୁଥିବି

ନିଜେ ଜଳି ଜଳି ଆଲୋକ ଦେଖାଇ

  ତୋ ମୁହଁକୁ ନିରେଖିବି ।


ଖଣ୍ଡୁଆ ପାଟଟି କରିଦେବୁ ଯଦି

  ଗୀତଗୋବିନ୍ଦ ଲେଖିବି

ତୋର ଅଙ୍ଗ ସଙ୍ଗ ଲାଭକରି ପ୍ରଭୁ

   ବଡ଼ ସିଂହାର ଦେଖିବି ।


ଟିକି ଚଢେଇଟେ ଯଦି କରିଦେବୁ

  କୋଇଲି ବୈକୁଣ୍ଠେ ଥିବି

ତୁଳସୀ ବଣରେ ମନ ଆନନ୍ଦରେ

   ତୋ ନାମକୁ ଗାଉଥିବି ।


Rate this content
Log in