Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Others

3  

Durjyodhan Barik

Others

ଜଗନ୍ନାଥ ସଂସ୍କୃତି

ଜଗନ୍ନାଥ ସଂସ୍କୃତି

1 min
287


 

ଶ୍ରୀମନ୍ଦିର ନୀତି ଠାକୁର ସଂସ୍କୃତି

ଅଟଇ ବଡ଼ ନୀଆରା,

ଓଡିଆ ଘରର ସମସ୍ତ ଉତ୍ସବ

ଅଟେ ସେହି ପରମ୍ପରା ।


ବିଶ୍ଵର ସକଳ ଶାସ୍ତ୍ର ମାନଙ୍କର

ସାରତତ୍ତ୍ଵ ଜଗନ୍ନାଥ,

ମାନବୀୟ ଲୀଳା କରିଛନ୍ତି ପ୍ରଭୁ

ଜଗତେ ଏହା ବିଦିତ ।


ଧର୍ମ ଆଧାରରେ ସୀମାବଦ୍ଧ ନୁହେଁ

ଆଞ୍ଚଳିକ ସଂକିର୍ଣ୍ଣତା,

ଭୂତ ଭବିଷ୍ୟତ ବର୍ତ୍ତମାନ ତିନି

ଏହା ଦେଉଅଛି ବାର୍ତ୍ତା ।


ନିଜକୁ ବଞ୍ଚାଇ ଆନେ ବଞ୍ଚାଇବା 

ଏହାର ଏ ମୂଳ ନୀତି,

ଏହା ହିଁ ଦର୍ଶାଏ ଜଗତ ମଧ୍ୟରେ

ସାର୍ବଜନୀନ ସଂସ୍କୃତି ।


ବାହୁ ପ୍ରସାରିତ ସଙ୍ଗେ ଜଗନ୍ନାଥ

ନିଅନ୍ତି ଆପଣା କରି ,

ମାନବୀୟ ଲୀଳା ରଚାନ୍ତି ମନ୍ଦିରେ

ଭାଇ ଭଉଣୀଙ୍କୁ ଧରି ।


   


Rate this content
Log in