ଜୟ ଜଗନ୍ନାଥ ଭାଗ - ୧
ଜୟ ଜଗନ୍ନାଥ ଭାଗ - ୧
ଜୟ ଜଗନ୍ନାଥ ଭାଗ - ୧
ଅନ୍ତର ବେଦନା ...
ହିନୀମାନ ଏଇ ଦରିଦ୍ର ଜୀବନେ ଭାଗ୍ୟ କଲା ସାତପର
ବନ୍ଧୁ ପରିଜନ ପିଲାଛୁଆ ମୋର ଲାଗିଲା ତୁମକୁ ମୋର
ତିନି ଲୋକ ଯାର ଚରଣ ପୁଜନ୍ତି ମୁଁ ଛାର ହୀନ ପାମର
ବେନି କର ଯୋଡ଼ି କରେ ନିବେଦନ ଦୁଃଖ ମୋ କରିବ ଦୁର
ଜଣାଣ ଭଜନ ନାମ ସଂକୀର୍ତ୍ତନ ଗାଇନାହିଁ ତୁଣ୍ଡ କେବେ
ମୋହମାୟା ଭ୍ରମେ ଭ୍ରମି ହୋଇ ମୁଁ ଯେ ସଂସାର ମାୟାରେ ଡୁବେ
ଜାଳି ନାହିଁ କେବେ ଘିଅ ଦୀପ ଧୂପ ବାଢ଼ି ନାହିଁ ପୂଜା ଥାଳି
ଜପି ନାହିଁ କେବେ ପ୍ରଭୁ ନାମ ଥରେ ଧରି ହାତେ ଜପାମାଳି
ହେ ଜଗଜୀବନ ପ୍ରଭୁ ଜନାର୍ଦ୍ଦନ ତୋ ଠାରେ କରେ ଗୁହାରି
ଧନ ଦୌଲତ ଲୋଡା ନାହିଁ ମୋର ଆଶ୍ରା ତୁ ଯେ ଦଇତାରୀ
ରାମ ନାମ ଥରେ ଭଜି ନାହିଁ ବୋଲି ଦିଅ ନାହିଁ ଅଭିଶାପ
କ୍ଷମା କରିଦେବ ମୋର ଅପରାଧ ଯାହା ମୁଁ କରିଛି ପାପ
ପତିତ ମାନଙ୍କୁ ଉଦ୍ଧାରୁଛ ତୁମେ ଉଡ଼ାଇ ପତିତ ବାନାଭ
ଦିନ ହୀନ ଦୁଃଖ କାହିଁ ବା ବୁଝିବ ନୁହେଁ ମୁଁ ବନ୍ଧୁ ସୁଦାମା
ମନ୍ତ୍ର ଉଚ୍ଚାରଣ ଜାଣି ନାହିଁ ବୋଲି ଦିଅନା ପାଦରେ ଠେଲି
ଗତି ମୁକ୍ତି ଦାତା ତୁହିଁ ରେ ବିଧାତା ଏଣୁ ତ ଶରଣ ଗଲି ।
ଅନୁଜ ବେହେରା ,
ଗୌରାଙ୍ଗପାଟଣା , ରମ୍ଭା , ଗଞ୍ଜାମ