Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Das

Romance

3  

Pradeep Das

Romance

କବି କବିତାରେ

କବି କବିତାରେ

1 min
216


ସ୍ମୃତି ସୌଧର ସୁମନ କୋଳରେ

ପ୍ରିୟା ମୋର ଖୋଜେ ପ୍ରଥମ ପ୍ରୀତି

ଶୀତଳ ସମୀର ଜ୍ୟୋସ୍ନା ବିଚ୍ଛୁରିତ

ବୟସ ଜୁଆରେ ଗାଉଛି ଗୀତି ।


ମଳୟାନିଳ ସଂଗେ ମଧୁଛନ୍ଦା ପ୍ରେମ

ନିଶାପୁଷ୍ପ ସଂଗେ ସଜାଇ ରୂପ

ନିଶାମୁଖ ସଂଗେ ଅତି ସରାଗରେ

ରସଶିକ୍ତ ହୁଏ  ଉଚ୍ଛୁଳା ମନ 

ପ୍ରୀତି ପୀୟୂଷର  ପବିତ୍ର ଧାରାରେ

ଅର୍ପିତ କରେ  ତା ମନ ପ୍ରାଣ ।


ଅଳସୀ ଚାହାଣୀ ଚାଲି ରାଜ ହଂସୀ

ପ୍ରିୟ ମନ ତୋଷି ଆସେ ସମୀପ

ପ୍ରିୟ ପ୍ରେମସୁଧା  ମଧୁସ୍ପର୍ଶତାରେ

ଦେଇ ମଧୁଝର କବି ଲେଖନୀରେ

କବି କବିତାରେ  ସଜାଏ ରୂପ ।



Rate this content
Log in