କେତେ ଆଉ ତୋତେ ଡାକିବି କାନ୍ଦି
କେତେ ଆଉ ତୋତେ ଡାକିବି କାନ୍ଦି
କୁଆଁ କୁଆଁ ରାବ ଦେଇ କାନ୍ଦିକାନ୍ଦି
ଆସିଥିଲି ଦିନେ ମୁଁ ଏ ଧରାଧାମ
ମାଆ ତୋତେ ଡାକି ଯାଉ ଏ ପରାଣ
ମାଆ ତୋ ପଦରେ ମୋର ଏହି ଜଣାଣ ।
ଆସିଥିଲି କାଲି ଶୂନ୍ୟ ହସ୍ତରେ ମୁଁ
ଫେରିଯିବି ଦିନେ ଶୂନ୍ୟ ହସ୍ତରେ
ଅଢେଇ ଦିନର ଏ ମାନବ ଜନ୍ମ
ସରିଯାଉ ତୋର ପାଦପଦ୍ମରେ ।
ସୁଖରେ ନ ହେଲେ ନାହିଁ ପଛେ ମାଲୋ
ବିପଦେ ଡାକିଛି ତୋତେ
ସରଗ ର ସୁଖ ନ ଲୋଡ଼େ କିଞ୍ଚିତ
ଆଶା ତୋର ପଦଗତେ
ମୁଁ ସିନା କୁପୁତ୍ର ହେ ବିଶ୍ୱଜନନୀ
ତୁ ସର୍ବ ମଙ୍ଗଳମୟୀ
ଯଦି କାର ସୂତ ଅବାଟ ରେ ଯାଏ
କହ ତାର ଜନନୀ ନୁହଁ କି ଦାୟୀ ।
ମାୟା ମରୀଚିକା ପଛେ ଧାଇଁଧାଇଁ
ଗୋଲକ ଧନ୍ଦା ରେ ହେଲେଣି ଧନ୍ଦି
ତୋ କୃପା କଟାକ୍ଷେ ଚାହାଁ ବାରେ ମାଲୋ
କେତେ ଆଉ ତୋତେ ଡାକିବି କାନ୍ଦି ।